
୧୭/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି। କେଉଁଠି ଅଧିକ ହେଉଛି ତ କେଉଁଠି କମ୍। ଏଭଳି ସ୍ଥିତିରେ ଆଜି ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବ ବୋଲି ସୂଚନା ରହିଛି । ୨୧ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହିତ ୨୩ରୁ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
ନିଅଁଟିଆ ବର୍ଷା ହେବା ସହିତ ଟାଣ ଖରା ହେବ । ତେବେ ୨୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ୨୨ ତାରିଖରେ ଏହା ଲଘୁଚାପରେ ପରିଣତ ହେବ । ଓଡ଼ିଶା ଉପକୂଳରୁ ଦୂରରେ ସମୁଦ୍ରରେ ରହିବା ହେତୁ ଉପକୂଳ ସମେତ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ।


