Tuesday, November 17, 2026
Home ଆଞ୍ଚଳିକ ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଆଜି ତିନିରଥ ନେବେ ଦକ୍ଷିଣ ମୋଡ଼

ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଆଜି ତିନିରଥ ନେବେ ଦକ୍ଷିଣ ମୋଡ଼

17

୧୭/୦୭/୨୧ (ଜିଲ୍ଲା ଖବର) : ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନିରଥ ନେବେ ଦକ୍ଷିଣ ମୋଡ଼ । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବେ ତିନି ରଥ । ଠାକୁରଙ୍କ ଆଜ୍ଞାମାଳ ଆସିଲା ପରେ ଆରମ୍ଭ ହେବ ରଥଟଣା । ପରମ୍ପରା ଅନୁସାରେ ଆଜିଠୁ ମହାପ୍ରଭୁଙ୍କୁ ଠାକୁରଙ୍କ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ ହେବ।

ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ରଥକୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ହେବ । ଏହା ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣିବେ । ଆଜ୍ଞାମାଳ ଲାଗି ହେବା ପରେ ତିନିରଥରେ ଦଉଡ଼ି ସଂଯୋଗ ହୋଇ ରଥ ଟଣା ଆରମ୍ଭ ହେବ । ପ୍ରଥମେ ଦର୍ପଦଳନ ରଥ ଟଣା ହେବ । ଏହା ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯିବ । ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି । ରଥ ଗଡ଼ିବା ବେଳେ ଏହା ସାହାଯ୍ୟ କରିବେ ।