
ବ୍ରହ୍ମପୁର,୧୭/୦୭/୨୧ (ଜିଲ୍ଲା ଖବର) : ଦୁର୍ଦାନ୍ତ ଅପରାଧୀକୁ କାବୁ କଲା କେ.ନୂଆଗାଁ ପୋଲିସ । ସେମାନଙ୍କଠାରୁ ୫ଟି ଜୀବନ୍ତ ବୋମା ସହ ୫ଟି ଖଣ୍ଡା ଜବତ । ବ୍ରହ୍ମପୁର କେ.ନୂଆଗାଁ ଥାନା ଦେଖାଆଳି ଅଂଚଳର ଦୁର୍ଦାନ୍ତ ଅପରାଧୀ ଆକାଶ ପ୍ରଧାନକୁ ଗିରଫ କରିଛି ପୋଲିସ । ଦେଖାଆଳି ଗ୍ରାମର ଆକାଶ ଏବଂ ତାର କିଛି ସହଯୋଗୀ ଗତକାଲି ଏକ କାର୍ ଏବଂ ବାଇକରେ ମାରଣାସ୍ତ୍ର ନେଇ ଯାଉଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା।
ତେବେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରିବାକୁ ଏହିମାନେ ଯାଉଥିବା ସନ୍ଦେହ କରୁଛି ପୋଲିସ। ଘଟଣାସ୍ଥଳରୁ ଗୋଟିଏ ମାରୁତି ଇକୋ କାର୍ , ୪ ଟି ବାଇକ ୫ଟି ଜୀବନ୍ତ ବୋମା ସହ ୫ଟି ଖଣ୍ଡା,ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।



