
ନୂଆଦିଲ୍ଲୀ, ୧୭/୦୭/୨୧ (ଜିଲ୍ଲା ଖବର) : ଅଭିନେତା ରଘୁବୀର ଯାଦବ ଓ ତାଙ୍କ ପତ୍ନୀ ପୂର୍ଣ୍ଣିମାଙ୍କ ମଧ୍ୟରେ ବାରମ୍ବାର ଅସନ୍ତୋଷ ଦେଖାଦେଉଛି। ତାଙ୍କ ବ୍ୟକ୍ତିଗତ ଜୀବନ ଦୀର୍ଘ ଦିନ ଧରି ସ୍ବାଭାବିକ୍ ହେଉନାହିଁ । କୋର୍ଟରେ ଏବେ ଦୁହିଁଙ୍କ ଛାଡପତ୍ର ମାମଲା ଚାଲିଛି । ଅନେକ ଥର ପୂର୍ଣ୍ଣିମା ରଘୁବୀରଙ୍କ ଉପରେ ଅଭିଯୋଗ ଲଗାଇ ସାରିଛନ୍ତି । ଏବେ ସେ ଅଭିଯୋଗ କରିଛନ୍ତି ଯେ, ରଘୁବୀର ତାଙ୍କର ଚଳିବା ପାଇଁ ଟଙ୍କା ଦେଉ ନାହାଁନ୍ତି । ଯାହା ଫଳରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି , ଏମିତିକି ତାଙ୍କୁ ତାଙ୍କ ଗହଣା ବିକିବାକୁ ପଡିଛି ।
ଏକ ସାକ୍ଷାତକାରରେ ପୂର୍ଣ୍ଣିମା କହିଛନ୍ତି ଯେ, ତାଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଗତ ବର୍ଷ ପାଞ୍ଚ ମାସ ପର୍ଯ୍ୟନ୍ତ ଏଲିମନି ମିଳି ନଥିଲା। ଯେଉଁଥିପାଇଁ ସେ ଘରଭଡା ଠିକ୍ ସମୟରେ ଦେଇ ପାରି ନଥିଲେ । ଓ ତାଙ୍କୁ ଲଜ୍ଜାର ସମ୍ମୁଖୀନ କରିବାକୁ ପଡିଥିଲା । ମୁଁ ଲୋନରେ ବଞ୍ଚୁଛି । ମୁଁ ମୋ ଗହଣା ବନ୍ଧକ ରଖିଛି । ରଘୁବୀର ମତେ ଟଙ୍କା ଦେବାରେ ହଇରାଣ କରୁଛନ୍ତି ।
ପୂର୍ଣ୍ଣିମା କହିଛନ୍ତି ଯେ, ଚଳିତ ବର୍ଷ ମଧ୍ୟ ସେ ୪ ମାସର ଘର ଭଡା ଦେଇ ପାରିନାହାଁନ୍ତି । କୋର୍ଟରେ ତାରିଖର ଦୁଇ ମାସ ପୂର୍ବରୁ ତାଙ୍କୁ ୮୦ ହଜାର ଦିଆଯାଇଥିଲା। ଅନ୍ୟପକ୍ଷରେ ରଘୁବୀର ଯାଦବଙ୍କ ଓକିଲ କହିଛନ୍ତି ଯେ ପୂର୍ଣ୍ଣିମା ବହୁତ ଅଧିକ ଟଙ୍କା ମାଗୁଛନ୍ତ। ଏହି କାରଣରୁ ଏଲିମନି ଫିସ୍ ଏତେ ବର୍ଷ ଧରି ଚାଲିଆସୁଛି ଏବଂ ମାମଲା ସମାପ୍ତ ହେଉନାହିଁ।


