Wednesday, October 14, 2026
Home ଅପରାଧ ଜନ୍ମ କଲା ମା’ ହତ୍ୟା କଲା ଦୁଇ ପୁଅ ଝିଅକୁ

ଜନ୍ମ କଲା ମା’ ହତ୍ୟା କଲା ଦୁଇ ପୁଅ ଝିଅକୁ

11

କନ୍ଧମାଳ,୧୭/୦୭/୨୧ (ଜିଲ୍ଲା ଖବର) : ମା’ର ଅନେକ ରୂପ ରହିଛି। ମା’କୁ ନେଇ ଅନେକ କଥା ବି ରହିଛି। ଯାହାକୁ ବଖାଣିବା ହୁଏତ ଆମ ପାଖରେ ସମ୍ଭବ ନୁହେଁ। ତେବେ ସେଇ ମା କେତେବେଳେ ଛୁଆକୁ ବିପଦ ମୁହଁରୁ ଉଠାଇ ଆଣେ ତ କେତେବେଳେ ଛୁଆ ଉପରକୁ ଆସୁଥିବା ବିପଦ ଆଗରେ ନିଜେ ଛିଡା ହୁଏ।  କିନ୍ତୁ ଏଠି ରକ୍ଷା କରୁଥିବା ମା’ ହିଁ ଛୁଆଙ୍କୁ ମାରିଥିବା ଦେଖିବାକୁ ମିଳିଛି।କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଥିବା ଦେଖିବକାୁ ମିଳିଛି । ଜନ୍ମ କଲା ମା ହତ୍ୟା କଲା ଦୁଇ ପୁଅ  ଝିଅକୁ । ପୁଅ ଝିଅକୁ  ରାଇକିଆ ନିକଟସ୍ଥ ଆଲିମା ଅଞ୍ଚଳର ଏକ କୂଅରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ସୂଚନା ଅନୁସାରେ, ସ୍ୱାମୀ ରାଜେଶ ପାତ୍ର ଏବଂ ଭାଗ୍ୟଲଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା ।

ତେବେ ଗତକାଲି ଅତ୍ୟଧିକ କଳହ  ଉଭୟଙ୍କ ମଧ୍ୟରେ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସ୍ତ୍ରୀ ଭାଗ୍ୟଲଷ୍ମୀ ଅପରାହ୍ନ ୪ଟାବେଳେ   ପୁଅ ଏବଂ ଝିଅ କୁ ଧରି କୁଆଡେ ଚାଲିଯାଇଥିଲେ ।  ତେବେ ଭାଗ୍ୟାଲଷ୍ମୀ  ପୁଅ ଏବଂ ଝିଅକୁ ଆଲିମା ନିକଟସ୍ତ ଏକ  କୂଅକୁ ଠେଲି ନିଜେ କୂଅ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ସ୍ଥାନୀୟ ଲୋକଙ୍କ ସହାୟତରେ ମାକୁ ଉଦ୍ଧାର କରିଥିଲେ ଏବଂ ଦମକଳ ବାହିନୀ ପହଂଚି ଉଭୟ ଛୁଆକୁ ଉଦ୍ଧାର କରିଥିଲେ । ତେବେ ରାଇକିଆ ଡାକ୍ତରଖାନାରେ ଉଭୟ ଛୁଆକୁ ଡାକ୍ତର ମୃତ ଘୋଷଣ କରିଛନ୍ତି । ମା ର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ରାଇକି ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣାରେ ଶୋକାକୁଲ ପରିବେଶ ସୃଷ୍ଟି ହୋଇଛି ।