Sunday, November 15, 2026
Home ଆଞ୍ଚଳିକ ସରକାର ତୁମେ ରାସନ ଦିଅ, ନ ହେଲେ ଆମେ ମରିଯିବୁ

ସରକାର ତୁମେ ରାସନ ଦିଅ, ନ ହେଲେ ଆମେ ମରିଯିବୁ

16

୧୭/୦୭/୨୧ (ଜିଲ୍ଲା ଖବର) : ମଞ୍ଚକୁ ଜୀବନ କରି ବଞ୍ଚୁଥିବା କଳାକାର ବଞ୍ଚିବେ କେମିତି ? ଠକଠାକ ହେଇ ମରିଯିବେ। ଏ କରୋନା କାଳରେ ମଞ୍ଚରେ ନାଚିବାକୁ ତ ଅନୁମତି ମାଗିପାରୁବୁନି କେବଳ ଏତିକି ପଚାରି ପାରିବୁ ଆମେ ବଞ୍ଚିବୁ କେମିତି ?

ଏମିତି କିଛି ପ୍ରଶ୍ନ କରିଛନ୍ତି ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ସବୁଥିପାଇଁ ଅନୁମିତି ମିଳୁଛି। ସମସ୍ତେ କିଛି ନା କିଛି ବଞ୍ଚିବାର ରାହା ପାଇଛନ୍ତି। ହେଲେ ଆମ ଅବସ୍ଥା ସାଙ୍ଘାତିକ। ମରିବାକୁ ବସିଛୁ। ଔଷଧ ଖାଇବାକୁ ପଇସା ନାହିଁ। 

ଏଣୁ ଆମପାଇଁ ସରକାର ପ୍ୟାକେଜ ଘୋଷଣା କରନ୍ତୁ ବୋଲି କହିଛନ୍ତି ଦୈତାରୀ। ପ୍ରତି ଜିଲ୍ଲାରେ କଳାକାର ଅଛନ୍ତି। ସେମାନଙ୍କ କଥା କିଏ ବୁଝିବ। ରାସନ ପାଣି ବ୍ୟବସ୍ଥା କର ନ ଦେଲେ କଳାକାର ମରିଯିବ।