Sunday, November 15, 2026
Home ଆଞ୍ଚଳିକ ଜଟଣୀରେ ସାଂସଦଙ୍କ ଜନସମ୍ପର୍କ ପଦଯାତ୍ରା

ଜଟଣୀରେ ସାଂସଦଙ୍କ ଜନସମ୍ପର୍କ ପଦଯାତ୍ରା

14

ଜଟଣୀ,୧୭/୭(ଜିଲ୍ଲା ଖବର) : ଜଟଣୀ ପୌରାଞ୍ଚଳର ୯ ନମ୍ବର ୱାଡ଼ରେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶନିବାର ପୂର୍ବାହ୍ନରେ ଜନସମ୍ପର୍କ ପଦଯାତ୍ରା କରିଥିଲେ। ଷଣ୍ଢପୁର ଗ୍ରାମଠାରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଗ୍ରାମରେ ଘରକୁ ଘର ବୁଲି ସେ ଲୋକଙ୍କଠାରୁ ଅଭିଯୋଗ ଶୁଣିଥିଲେ। ଆବାସ ଯୋଜନାରେ ଗୃହ ଏବଂ ସରକାରୀ ଜମିରେ ରହୁଥିବା ପରିବାର ଜମିର ପଟ୍ଟା ପାଇ ନ ଥିବା ଅଭିଯୋଗ କରିଥିଲେ । ଷଣ୍ଢପୁରଠାରୁ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଜଟଣୀ ସହର ମୁଖ୍ୟ ରାସ୍ତାରେ ସାଂସଦ ପଦଯାତ୍ରା କରିଥିଲେ। ଜଟଣୀ ବ୍ଳକ ଓ ପୌର ପାଳିକା ପାଇଁ ସାଂସଦଙ୍କ ଦୁଇ ମନୋନୀତ ପ୍ରତିନିଧ୍ ରଘୁ ସ୍ବାଇଁ ଓ ବାଇନ ପ୍ରଧାନ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ଜଟଣୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଲୁଲୁ ବଡ଼ଜେନା, ନଗର ବିଜେପି ସଭାପତି ତିରୁପତି ଶତପଥୀ, ପ୍ରବୀଣା ଭଞ୍ଜଦେଓ ଏବଂ ୯ ନମ୍ବର ୱାର୍ଡ଼ର ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ।ଏ ସମ୍ପର୍କରେ ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କ ସହ ସାଂସଦ କଥାବାର୍ତ୍ତା କରିଥିଲେ। ଅପରାହ୍ନରେ କୃପାସିନ୍ଧୁ ବିହାରର ଗୌରୀଶଙ୍କର ପଣ୍ଡା, ସତ୍ୟନାରାୟଣ ତ୍ରିପାଠୀ, ଅବନୀ କୁମାର ମହାପାତ୍ର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଏହି ମର୍ମରେ ସାଂସଦଙ୍କ ସୁପାରିସରେ ଏକ ଦାବିପତ୍ର ଦେଇଥିଲେ ।

ରିପୋର୍ଟ, ସଞ୍ଜୀବ କୁମାର ।