
ଚାଇଁପାଳ, ୧୭/୦୭/୨୧ (ଜିଲ୍ଲା ଖବର) : ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବିଜେପିର ବିକ୍ଷୋଭ। ଚାଇଁପାଳ ବିଜୁଳି ବିଭାଗ ଅଧିକାରୀଙ୍କୁ ଘେରାଉ । ବାରମ୍ବାର ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବିଜେପି ଅନୁଗୋଳ ଜିଲ୍ଲା ଚାଇଁପାଳ ବିଜୁଳି ବିଭାଗ ଅଧିକାରୀଙ୍କୁ ଘେରାଉ କରିଛି । ଏ ନେଇ ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ ଟ୍ଵିଟ କରିଛନ୍ତି । ଏହା ସହ ଅଘୋଷିତ ବିଜୁଳି କାଟ ଓ ଲୋ ଭୋଲଟେଜକୁ ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦଳ ଦାବି ରଖିଛି ।



