Thursday, November 12, 2026
Home ଆଞ୍ଚଳିକ କଂଗ୍ରେସ ଅଏଲ ବଣ୍ଡ ବାବଦରେ ଯେଉଁ ଋଣ କରିଥିଲା ଆମେ ସୁଝୁଛୁ- ଗୋଲକ ମହାପାତ୍ର

କଂଗ୍ରେସ ଅଏଲ ବଣ୍ଡ ବାବଦରେ ଯେଉଁ ଋଣ କରିଥିଲା ଆମେ ସୁଝୁଛୁ- ଗୋଲକ ମହାପାତ୍ର

13

ଭୁବନେଶ୍ଵର, ୧୭/୦୭/୨୧ (ଜିଲ୍ଲା ଖବର) : ପେଟ୍ରୋଲ ଡିଜେଲରେ ଯେତେବେଳେ ଭାଟ ଲାଗୁ କଥା ଆସିଲା, ସେତେବେଳେ କଂଗ୍ରେସ ଶାସିତ ରାଜ୍ୟମାନେ ଏହାକୁ ସମର୍ଥନ କରିଥିଲେ। ଆଜି ଯେତେବେଳେ ଭାଟ କଥା ଆସୁଛି ଓଡିଶା ସରକାର ପାଖାପାଖି ଛତିଶ ଟଙ୍କା ଭାଟ ଏବଂ କେନ୍ଦ୍ରୀୟ ଟିକସରୁ ପାଉଛି । କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ, ରାଜ୍ୟ ଭାଟ ବାବଦରେ କମେଇଥିଲେ ଲୋକେ ଲାଭ ପାଇଥାନ୍ତେ ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

କଂଗ୍ରେସ ଅଏଲ ବନ୍ଦ ବାବଦରେ ଯେଉଁ ରୁଣ କରିଥିଲା ଆମେ ତାକୁ ସୁଝୁଛୁ। ଯେଉଁ ପଇସା ଭାରତ ସରକାର ନେଉଛନ୍ତି ତାକୁ ଭାରତ ସରକାର ଗରିବ କଲ୍ୟାଣ ଯୋଜନାରେ ଲଗାଉଛନ୍ତି । ମାଗଣାରେ ଅନ୍ନ, ଅଶି କୋଟି ଲୋକଙ୍କୁ ଚାଉଳ, ପ୍ରଧାନମନ୍ତ୍ରୀ ଆବାସ, ରାସ୍ତାର କାମ ଆଦି ଗରିବଙ୍କ କଲ୍ୟାଣ କରାଯାଉଛି।

କଂଗ୍ରେସ ଶାସନ ସମୟରେ ନେତାମାନେ ନିଜର ପକେଟ ଭରି କରୁଥିଲେ, ଆଜି ବିଜେପି ସରକାର ଗରିବର ପକେଟ ଭର୍ତି କରୁଛି।