
ଭୁବନେଶ୍ଵର, ୧୭/୦୭/୨୧ (ଜିଲ୍ଲା ଖବର) : ଆସନ୍ତାକାଲି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଭିସି ଜରିଆରେ ହେବ। ନବୀନ ନିବାସରୁ ଭିସି ଯୋଗେ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କିଛି ମନ୍ତ୍ରୀ ଲୋକସେବା ଭବନରେ ରହିବା ସହ ଆଉ କିଛି ମନ୍ତ୍ରୀ ଜିଲ୍ଲା ମୁଖ୍ୟାଳୟ ଯୋଡ଼ି ହେବେ। ପ୍ରାୟ 5 ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜି ପରେ। ରାଜ୍ୟରେ ଆଶାତୀତ ଭାବେ ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟା କମୁନି।
ଏବେବି ଆଇସିୟୁରେ 35.61 ପ୍ରତିଶତ ଅର୍ଥାତ 1686 ରୋଗୀ ଥିବା ବେଳେ ଭେଣ୍ଟିଲେଟରରେ ରହିଛନ୍ତି 30.48 ପ୍ରତିଶତ ଅର୍ଥାତ 413 ରୋଗୀ । ଯେତେବେଳେ କି ଜେନେରାଲ ବେଡ଼ରେ ରହିଛନ୍ତି 1426 ରୋଗୀ ଅର୍ଥାତ 12.47 ପ୍ରତିଶତ, ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ 4884 ରୋଗୀ ରହିଥିବା ବେଳେ ହୋମ ଆଇସୋଲେସନରେ 15371ରୋଗୀ ରହିଛନ୍ତି ।


