
ବିଷମକଟକ,୧୬/୭(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମ କଟକ ଅନ୍ତର୍ଗତ ହାଟମୁନିଗୁଡା ପଚାୟତର ବକ୍ ସି ଶିରିପୁର ଗ୍ରାମ ଠାରୁ ପାଇକଡାକୁଲୁ ଗୁଡା ଓ ଡୁକୁମ୍ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱରେ ରାୟଗଡା ଜିଲ୍ଲା ଆରଡି ଓ ବିଷମକଟକ ବନବିଭାଗ ତରଫରୁ ପ୍ରାୟ ୧୨୬୦ ଟି ବିଭିନ୍ନ ପ୍ରକାର ର ବୃକ୍ଷ ରୋପଣ ମହୋତ୍ସବ ପାଳନ କରାଯାଇଛି। ଏହି ଊସ୍ରବ ରେ ବନ ବିଭାଗ ପକ୍ଷରୁ ଜାମୁନ, ପଣସ, ଚାକୁଣ୍ଡା ଶିଶୁଆ ଆଦି ବିଭିନ୍ନ ପ୍ରଜାତିର ୧୨୬୦ ଟି ବୃକ୍ଷ ମୁକ୍ତର ଅମୃତ ମହୋତ୍ସବ ” ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତରଫରୁ ଲଗାଯାଇଥିଲା। ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ଆରଡି ଏଜୁକେସନ ଅଫିସର ସରୋଜ କୁମାର ପତି ଯୋଗ ଦେଇ ଥିବାବେଳେ ବିଷମକଟକ ଆରଡି ଏସ୍ ଡିଓ ବ୍ରଜକିଶୋର ପଟ୍ଟନାୟକ, ରଞ୍ଜିତ କୁମାର ବେହେରା, ଯଦୁନାଥ ରୋହିତ, ସୁଞାନୀ ବେହେରା, ଏସ୍ କେ ଅଭି ଯୋଦିନ,ବିଷମକଟକ ରେଞ୍ଜର ପ୍ରସନ କୁମାର ମିଶ୍ର,ବିଷମକଟକ ଫରେଷ୍ଟର ଡମ୍ବରୁ ଧର ସେନାପତି , ରମା ପଣ୍ଡା, ସନିୟା ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କେତେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଆରଡି ରଞ୍ଜିତ କୁମାର ବେହେରା ପରିଚାଳନା କରିଥିଲେ।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।






