
ଜଟଣୀ,୧୬/୭(ଜିଲ୍ଲା ଖବର) : ଖୋର୍ଦ୍ଧା ଜ଼ିଲ୍ଲା ଜଟଣୀ ବ୍ଲକରେ ଟ୍ୟାଙ୍କ ଲୋରୀ ପରିବହନ କର୍ମଚାରୀ ୟୁନିଅନ ଓ ଜଟଣୀ CITU ତରଫରୁ ଗଣ ପତିବାଦ କରାଯାଇଛି l କରୋନା ମହାମାରୀ ସମୟରେ ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧି ପାଇବା ହେତୁ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ମୂଲ୍ୟ ଆକାଶ ଛୁଆଁ ହୋଇଛି |ଲୋକଙ୍କର ରୋଜଗାର ଏକରକମ ଠପ ହୋଇଯାଇଛି |ଦର ବୃଦ୍ଧି ନିୟନ୍ତ୍ରଣ ହେବ କଣ ଦିନକୁ ଦିନ ଏହାକୁ ବଢାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଛି | ମହାମାରୀ ସମୟରେ ଟ୍ୟାଙ୍କ ଲୋରୀ ୟୁନିଅନର ଡ୍ରାଇଭର,ହେଲପର ମାନେ ନିଜ ଜୀବନକୁ ବାଜି ଲଗାଇ ପେଟ୍ରୋଲ,ଡିଜେଲ ଏବଂ ଅକ୍ସିଜେନ ପରିବହନ କରିଥିଲେ ମଧ୍ୟ ସେମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରାଗଲା ନାହିଁ କିମ୍ବା କୌଣସି ସହାୟତା ଦିଆଗଲା ନାହିଁ |କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ବିଭିନ୍ନ ପ୍ରକାର ର ଦାବି ଯଥା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବନ୍ଦ କରି ସମସ୍ତ ପ୍ରକାର ଟିକସ ଉଠାଇ ଜିଏସଟି ଲାଗୁ କରିବା,ପରିବହନ ଶ୍ରମିକ ପରିବାରକୁ 6ମାସ ଯାଏଁ ମୁଣ୍ଡ ପିଛା 10kg ଚାଉଳ ଓ ରାସନ ଯୋଗାଇଦେବା, ଟ୍ୟାଙ୍କ ଲୋରୀ ୟୁନିଅନ ଡ୍ରାଇଭର ହେଲପର ଏବଂ ପରିବହନ ଶ୍ରମିକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା, ପ୍ରତି ପରିବହନ ଶ୍ରମିକକୁ 50ଲକ୍ଷ ଟଙ୍କାର ବୀମା ଭୁକ୍ତ କରାଇବା l ଏଭଳି ବିଭିନ୍ନ ଦାବିକୁ ନେଇ CITU ଏବଂ ଟ୍ୟାଙ୍କ ଲୋରୀ ଶ୍ରମିକ ୟୁନିଅନ ତରଫରୁ ଆଜି ଜଟଣୀ IOCL ସମ୍ମୁଖରେ ଗଣ ପ୍ରତିବାଦ କରାଯାଇଥିଲା l ଏଥିରେ CITU ର ବରିଷ୍ଠ କର୍ମକର୍ତା ନିରଞ୍ଜନ ବେହେରା,ହାଡିବନ୍ଧୁ ବେହେରା, ଜମ୍ବେଶ୍ୱର ସ୍ୱାଇଁ,ଗଣେଶ ବେହେରା, ଶିବ ପାତ୍ର ପ୍ରମୁଖ ଯୋଗଦେଇ 50ରୁ ଉର୍ଦ୍ଧ୍ଵ କର୍ମୀଙ୍କୁ ନେଇ ଜଟଣୀ ବଜାର ପରିକ୍ରମା କରିବା ସହ IOCL ଗେଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦକୁ ସଫଳ କରିଥିଲେ |
ରିପୋର୍ଟ, ସଞ୍ଜୀବ କୁମାର ।




