Sunday, November 15, 2026
Home ଆଞ୍ଚଳିକ ଡଙ୍ଗରିଆ ଅଞ୍ଚଳରେ ଆଦିବାସୀଙ୍କ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ”ଆସନ୍ତା ତିନି ମାସ...

ଡଙ୍ଗରିଆ ଅଞ୍ଚଳରେ ଆଦିବାସୀଙ୍କ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ”ଆସନ୍ତା ତିନି ମାସ ମଧ୍ୟରେ ୯୯ ଗ୍ରାମର ୧୦୧୯୦ ଜଣଙ୍କୁ ସେବା ଯୋଗାଇବା ଲକ୍ଷ”

31

ରାୟଗଡ଼-୧୬/୭(ଜିଲ୍ଲା ଖବର) : ରାୟଗଡ଼ ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମ ପଞ୍ଚାୟତର ଖଜୁରୀ ଗାଁ ଓ କାଡ୍ରାଗୁମା ଗ୍ରାମରେ ଆଦିମ ଜନଜାତି ଓ ଡଙ୍ଗରିଆଙ୍କ ଚକ୍ଷୁ ବିନା ଶୁଳ୍କରେ ଚକ୍ଷୁ ପରୀକ୍ଷା, ଅସ୍ତ୍ର ପ୍ରଚାର ଓ ଚଷମା ପ୍ରଦାନ ନିମନ୍ତେ ଓଡିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଆଜି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଜନ ଜାତି କଲ୍ୟାଣ ମନ୍ତ୍ରାଳୟ ସହାୟତାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ତ ଓଡିଶା ଆଦିମ ଜନଜାତି ସଶକ୍ତି କରଣ ଓ ଜିବୀକା ବିକାଶ କାର୍ଯ୍ୟକ୍ରମ (ଓ.ପି.ଲି.ପି) ଓ ଏଲ୍‍.ଭି.ପ୍ରସାଦ ଚକ୍ଷୁ ସଂସ୍ଥାନ ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଚାଟିକଣା ଓ ପାର୍ସାଲିର ୮୭ ଗ୍ରାମର ୨୬୦୦ ପରିବାରର ୧୦୧୯୦ ଲୋକଙ୍କୁ ତିନି ମାସ ମଧ୍ୟରେ ବିନି ମୂଲ୍ୟରେ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ର ପ୍ରଚାର କରାଯିବ ଏବଂ ଚଷମା ପ୍ରଦାନ କରାଯିବ । ଏଥି ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ, ଏଲ୍‍.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ଓ.ପି.ଲି.ପିର ଆଦି ତିନୋଟି ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।
ଏହି ଉଦ୍‍ଘାଟନ କାର୍ଯ୍ୟକ୍ରମରେ ପି.ଏ.ଆଇ.ଟି.ଡି.ଏ, ରାୟଗଡ଼ ଶ୍ରୀ ଟୁକୁ ବାରିକ, ପାର୍ସାଲି ଓ ଚାଟିକଣା, ଡି.କେ.ଡ଼ି.ଏର ସ୍ୱନ୍ତ୍ରର ଅଧିକାରୀ ଶ୍ରୀ ମଦନ ମୋହନ ଦଳବେହେରା, ଏଲ୍‍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଅପଟ୍ରିମିଷ୍ଟ୍‍ ଦେବାନନ୍ଦ ପାଢୀ, ଓ.ପି.ଲି.ପିର ସୁଦର୍ଶନ ପାଢୀ,ତପନ କୁମାର ନାୟକ ଏବଂ କୁର୍ଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରିଗାଁ ଓ କାଡ୍ରାଗୁମାର ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।