Monday, November 16, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଛାତ୍ର ବିଜେଡି ପକ୍ଷରୁ ମନୋନୀତ ହେଲେ ଡିଜିଟାଲ...

ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଛାତ୍ର ବିଜେଡି ପକ୍ଷରୁ ମନୋନୀତ ହେଲେ ଡିଜିଟାଲ ସମ୍ପାଦକ

30

ବ୍ରହ୍ମପୁର,୧୬/୭(ଜିଲ୍ଲା ଖବର) : ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନକ୍ରମେ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଙ୍କ ନିର୍ଦ୍ଧେଶକ୍ରମେ ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଞ୍ଚଳ ଓ ବ୍ଲକ ସ୍ତରୀୟ ଡିଜିଟାଲ ସମ୍ପାଦକ ମାନଙ୍କୁ ମନୋନୀତ କରାଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ସଂସଦ ଓ ବିଧାୟକଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ପରାମର୍ଶ କ୍ରମେ ଏଭଳି ଡିଜିଟାଲ ସମ୍ପାଦକ ଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ଛାତ୍ର ବିଜେଡି ପକ୍ଷରୁ ଗଞ୍ଜାମ ଜିଲ୍ଲାର ଡିଜିଟାଲ ସମ୍ପାଦକ ଭାବରେ ନିଖିଲ ଚୌଧୁରୀଙ୍କୁ ମନୋନୀତ କରାଯିବା ପରେ ସମସ୍ତ ବ୍ଲକ ଓ ଏନ୍.ଏ.ସି ର ସମ୍ପାଦକ ମାନଙ୍କୁ ନେଇ ଏକ ନୂତନ ଟିମ୍ ମନୋନୀତ କରାଯାଇଥିବାରୁ ସମସ୍ତ ନୂତନ ସମ୍ପାଦକ ମାନଙ୍କୁ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି । ଏହି ନବନିଯୁକ୍ତ ଡିଜିଟାଲ ସମ୍ପାଦକ ମାନେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବାରେ ଅନେକ ସହାୟକ ହେବା ସହ ଦଳୀୟ ସମସ୍ତ ନିର୍ଦ୍ଧେଶନାମା କୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି ।
*ଏହାକୁ ଆପଣଙ୍କ ଗଣମାଧ୍ୟମରେ ପ୍ରକାଶିତ କରିବାକୁ ଅନୁରୋଧ ରହିଲା ।

                                                    ପ୍ରଶାନ୍ତ କୁମାର ପଣ୍ଡା ,ଗଞ୍ଜାମ ଜିଲ୍ଲା ସଭାପତି 
                                                    ବିଜୁ ଛାତ୍ର ଜନତା ଦଳ

ରିପୋର୍ଟ, ଲକ୍ଷ୍ମୀ ନାରାୟଣ ମିଶ୍ର ।