
ହିଞ୍ଜିଳିକାଟୁ,୧୬/୭(ଜିଲ୍ଲା ଖବର) : ହିଂଜିଳିକାଟୁ ସହର ନିକଟସ୍ଥ ଶ୍ୟାମଲାଇ ପୀଠ ପରିସରରେ ଶୁକ୍ରବାର ଦିନ ଶ୍ରୀ ଶ୍ରୀ ବୁଢ଼ୀ ଠାକୁରାଣୀ ଡ୍ରାଇଭର ସଂଘର (ଲକ୍ଷ୍ମୀ ପୁର) ଗଂଜାମ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ସଭାପତି ରୂପେ ହିଂଜିଳି ଓକିଲ ସଂଘର ସଭାପତି ଶ୍ରୀ ଦ୍ବିତୀକୃଷ୍ଣ ସାବତ , ଉପସଭାପତି ରୂପେ ଶ୍ରୀ ଦଣ୍ଡପାଣି ଗୌଡ଼ , ସମ୍ପାଦକ ରୂପେ ଶ୍ରୀ ମିଟୁ ଦାଶ, କୋଷଧକ୍ଷ ରୂପେ ଶ୍ରୀ ଦୟାନିଧି ଗୌଡଙ୍କୁ ନୂତନ କମିଟି ରୂପେ ଚୟନ କରାଯାଇଥିଲା l ଆଜିର ଏହି ବୈଠକରେ ଶ୍ରୀ ଶ୍ରୀ ମା ବୁଢ଼ୀ ଠାକୁରାଣୀ ଡ୍ରାଇଭର ସଂଘର ସମସ୍ତ ଡ୍ରାଇଭର ଏକାଠି ହୋଇ ସମସ୍ତଙ୍କ ସୁବିଧା ଓ ଅସୁବିଧା ଉପରେ ଆଲୋଚନା କରିଥିଲେ l ତେବେ ଆଗାମୀ ଦିନରେ ଏହି ସଂଘକୁ କିପରି ମଜବୁତ କରାଯିବ ତାହା ନେଇ ନୂତନ ଭାବେ ହୋଇଥିବା ସଭାପତି ସମସ୍ତ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ହୋଇଥିଲେ l
ହିଂଜିଳି କାଟୁ ରଜନୀ କାନ୍ତ ପାତ୍ର



