
ବୁଗୁଡା,୧୬/୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ନାରୀନେତ୍ରୀ ରଞ୍ଜିତା ପାଢୀଙ୍କ ବାସଭବନରେ ଗୀତାଞ୍ଜଳୀ ପ୍ରଧାନଙ୍କ ନେତୃତ୍ବରେ ଆନ୍ତର୍ଜାତୀୟ ମାନବଧିକାର ପରିଷଦ ପକ୍ଷରୁ ଏକ ଆନୁସଙ୍ଗିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପରିଷଦ ଗଞ୍ଜାମ ଜିଲ୍ଲାର ସଭାପତି ସାଇ ପ୍ରସାଦ ପରିଡା,ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅନୁଷ୍ଠାନ ୨୦୧୨ମସିହାରୁ ରାଜ୍ୟ ସରକାରଙ୍କ ମାନବଧିକାର କମିଶନଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ହୋଇ ଆମ ସମାଜରେ ଅବହେଳିତ, ନିଷ୍ପେଶିତ,ଅନ୍ୟାୟ ଏବଂ ଅତ୍ୟାଚାରୀଙ୍କ କବଳରେ ପୀଡିତ ହୋଇଥିବା ଜନସାଧାରଣଙ୍କୁ ନିଃସ୍ବାର୍ଥପର ଭାବେ ସେବା ଯୋଗାଇବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖିଥିବା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କ ସମେତ ଅହଲ୍ଯା ପ୍ରଧାନ,ସୁଜତା ପ୍ରଧାନ,କନକ ମଞ୍ଜରୀ ସାହୁ ଏବଂ ନନ୍ଦିନୀ ପ୍ରଧାନ ପ୍ରମୁଖ ବହୁ ମହିଳା ଉପସ୍ଥିତ ଥିଲେ ।
ରିପୋର୍ଟ, ତ୍ରିଲୋଚନ ପଣ୍ଡା


