
ଆବଶ୍ୟକ ସାମଗ୍ରୀ-
ମାଛ, ଭ୍ରୁସଙ୍ଗ ପତ୍ର, ସୋରିଷ, ଅଦା, ରସୁଣ, ପିଆଜ, ଟମାଟୋ, କଂଚା ଲଙ୍କା, ଲୁଣ, ସୋରିଷ ତେଲ, ଲଙ୍କା ପାଉଡର, ହଳଦୀ ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମାଛକୁ ଧୋଇ ସେଥିରେ ଲୁଣ, ହଳଦୀ ପାଉଡର, ସୋରିଷ ତେଲ ଗୋଳାଇ ରଖିବେ । ଏହାପରେ ମାଛକୁ ତେଲରେ ହାଲକା ଭାଜି ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ସୋରିଷ, କଟା ରସୁଣ, କଟା ଅଦା, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଭାଜି ହୋଇ ଆସିଲେ, ସେଥିରେ କଟା କଂଚା ଲଙ୍କା, ବଡ ବଡ କଟା ହୋଇଥିବା ଟମାଟୋ, ଲଙ୍କା ପାଉଡର, ହଳଦୀ ପାଉଡର ଲୁଣ ଏବଂ ଅଳ୍ପ ପାଣି ପକାଇ ଫୁଟାଇବେ । ଟମାଟୋ ଅଳ୍ପ ସିଝି ଆସିଲେ, ସେଥିରେ ହାଲକା ଭାଜି ରଖିଥିବା ମାଛ ପକାଇ, ଘୋଡାଇ ମଧ୍ୟମ ଆଂଚରେ କିଛି ସମୟ ମାଛକୁ ଭଲଭାବେ ସିଝିବାକୁ ଛାଡିବେ । ଅଳ୍ପ ସମୟ ପରେ ଘୋଡଣୀ କାଢି, ସେଥିରେ ଅଦା-ରସୁଣ ପେଷ୍ଟ ପକାଇ ମିକ୍ସ କରିବେ । ମସଲାର କଂଚା ବାସ୍ନା ଯିବା ଯାଏଁ ଏହାକୁ ବସାଇବେ । ତାପରେ ସେଥିରେ ଆଉ କିଛି ଭ୍ରୁସଙ୍ଗ ପତ୍ର ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଭ୍ରୁସଙ୍ଗ ପତ୍ର ମାଛ ଝୋଳ । ଏବେ ଏହାର ମଜା ନେଇ ପାରିବେ ।


