
ନୂଆଦିଲ୍ଲୀ,୧୬/୦୭/୨୧ (ଜିଲ୍ଲା ଖବର) : ବନ୍ଦ ହେଲା ଅଭିନେତ୍ରୀ ଜିମ୍ମି ଶେରଗିଲ, ନମିତ ଦାସ ଓ ମୋନିକା ପଓ୍ବାରଙ୍କ ଓ୍ବେବ ସିରିଜ୍ ‘ଚୁନା’ର ସୁଟିଂ । ଲକ୍ଷ୍ନୌରେ ଏହାର ସୁଟିଂ ଚାଲିଥିବା ବେଳେ, ,ସୁଟିଂ ୟୁନିଟିର ୯୨ ଜଣଙ୍କ ମଧ୍ୟରୁ ୫ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ତୁରନ୍ତ ସୁଟିଂ ବନ୍ଦ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି ।
କୁହାଯାଉଛି ଯେ, ସୁଟିଂ ୟୁନିଟର ୯୨ ଜଣଙ୍କ ମଧ୍ୟରୁ ୫ ଜଣ କରୋନା ସଂକ୍ରମିତ ହେବାର ସୂଚନା ପାଇବା ପରେ, ଚିଲ୍ଲା ମାଜିଷ୍ଟ୍ରେଟ ଙ୍କ ସହ ପରାମର୍ଶ ପରେ, ସିଏମଓ ଏବଂ ପୁଲିସ୍ କମିଶନର ଡି.କେ ଠାକୁରଙ୍କୁ ଚିଠି ଲେଖି, ସୁଟିଂ ତୁରନ୍ତ ବନ୍ଦ କରିବାକୁ ନିବେଦନ କରିଛନ୍ତି । ଏହା ସହିତ ୱେବ୍ ସିରିଜର ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


