
ମୁମ୍ବାଇ,୧୬/୦୭/୨୧ (ଜିଲ୍ଲା ଖବର) : ଅଡୁଆରେ ଟି-ସିରିଜ୍ କମ୍ପାନୀର ଏମଡି ଭୂଷଣ କୁମାର । ତାଙ୍କ ବିରୋଧରେ ବଳାକ୍ବାର ମାମଲା ରୁଜୁ ହୋଇଛି । ଟି-ସିରିଜ୍ ପ୍ରୋଜେକ୍ଟରେ କାମ ଦେବାର ପ୍ରଲୋଭନ ଦେଖାଇ , ଜଣେ ୩୦ ବର୍ଷିୟା ଝିଅ ସହ ବଳାକ୍ବାର କରିଥିବା ଅଭିଯୋଗ ହୋଇଛି । ଏହି ବଳାତ୍କାର ମାମଲା, ଭୁଷଣ କୁମାରଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନାଗର ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଛି ।
ପିଡୀତା ଏକଥା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭୂଷଣ କୁମାର ତାଙ୍କର ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେଇଛନ୍ତି ।
ପ୍ରକାଶ ଥାଉକି, ଏହା ପ୍ରଥମ ଥର ନୁହେଁ ଯେ, ଭୂଷଣ କୁମାରଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି । ଏହା ପୂର୍ବରୁ ମଧ୍ୟ ମିଟୁ କ୍ୟାମ୍ପେନ ମାଧ୍ୟମରେ ମଡେଲ ମାରିନା କୁନଓ୍ବର ମଧ୍ୟ ଭୂଷଣ କୁମାର ଶାରୀରିକ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଥିଲେ ।


