
ବଲାଙ୍ଗୀର, ୧୬/୦୭/୨୧ (ଜିଲ୍ଲା ଖବର) : ନିଜ ଶାଶୁକୁ ବୋହୁ ମାଡ ମାରୁଥିବାର ଭିଡିଓ ହେଲା ଭାଇରାଲ । ଶାଶୁ ନାରେ ଥିବା ସଂପତ୍ତି ନିଜ ନାରେ କରିବାକୁ ଏମିତି ପଦକ୍ଷେପ ନେଇଥିଲା ବୋହୁ ।
ଦିନେ ଯାହାକୁ ବୋହୁ କରି ଆଣିଥିଲେ ସେ ଶାଶୂଙ୍କୁ ବିଚ୍ ରାସ୍ତାରେ ତଳେ ପକାଇ ବିଧା ଗୋଇଠା ଓ ଚାପୁଡା ମାରୁଥିବା ଦୃଶ୍ୟ ସାମନାକୁ ଆସିଛି । ଏପରିକି ସେ ନିଜ ଗୋଡରୁ ଚପଲ କାଢି ମଧ୍ୟ ଶାଶୁକୁ ପିଟୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସମ୍ପତ୍ତିକୁ ହଡପ କରିବାକୁ ଏମିତି ଅମାନୁଷିକ ଭାବେ ଘୋଷାଡି ଘୋଷାଡି ପିଟିବା ସହ ମାରି ଦେବାକୁ ଧମକ ଦେଇଛନ୍ତି ବୋହୁ ଜଣଙ୍କ ।
ତେବେ ଏହି ଘଟଣା ଗତ 11 ତାରିଖ ଦିନ ଘଟିଛି । ପୀଡିତା ଶାଶୂଙ୍କ ସାନ ପୁଅ ଏନେଇ ବଲାଙ୍ଗିର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ପିଡିତା ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି ।



