Thursday, November 12, 2026
Home ଆଞ୍ଚଳିକ ବ୍ରାଉନ ସୁଗାରର ସ୍ୱାସ୍ଥ୍ୟ ଉପକାରୀତା

ବ୍ରାଉନ ସୁଗାରର ସ୍ୱାସ୍ଥ୍ୟ ଉପକାରୀତା

19

୧୬/୦୭/୨୧ (ଜିଲ୍ଲା ଖବର) : ଯଥାସମ୍ଭବ ଚିନିକୁ ନିଜ ଡାଏଟରୁ ଦୂରେଇ ରଖିବା ପାଇଁ ପ୍ରାୟତଃ ଡାକ୍ତରମାନେ ପରାମର୍ଶ ଦେଇ ଥାଆନ୍ତି  । ହେଲେ ଏକଥା ହୁଏତ ଅନେକଙ୍କୁ ଜଣାନଥିବ ଯେ, ବ୍ରାଉନ ସୁଗାର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ । ପ୍ରକୃତରେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ଏଥିରେ ଲୋ କ୍ୟାଲୋରୀ, ଆଇରନ, ପୋଟାସିୟମ, କ୍ୟାଲସିୟମ, ଜିଙ୍କ, କପର, ଫସଫରସ, ପ୍ରୋଟନ, ଭିଟାମିନ’ବି’, କାର୍ବହାଇଡ୍ରେଟ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ  । ଯାହା ଶରୀର ପାଇଁ ବହୁତ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବ୍ରାଉନ ସୁଗାରର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ।

– ବ୍ରାଉନ ସୁଗାର ସେବନ କରିବା ଦ୍ବାରା, ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରେ ।

-ମେଦବହୁଳତା ହ୍ରାସ କରିବାରେ ବ୍ରାଉନ୍ ସୁଗାର ବହୁତ ପ୍ରଭାବଶାଳୀ । ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ ଏବଂ ଏହା ମେଟାବୋଲିଜିମକୁ ବଢାଇଥାଏ । ଯେଉଁ କାରଣରୁ ଭୋକ କମ୍ ଲାଗିଥାଏ ଏବଂ ଓଜନ ନିୟନ୍ତ୍ରଣ କରିବା ସହଜ ହୋଇଥାଏ ।

-ମାସିକ ଋୁତୁସ୍ରାବ ସମୟରେ ଯନ୍ତ୍ରଣା ହେଉଥିଲେ , ଏଥିପାଇଁ ବହୁତ ଲାଭଦାୟକ ବ୍ରାଉନ ସୁଗାର । ଏହା ସେବନ କରିବା  ଦ୍ବାରା ଏହା ଯନ୍ତ୍ରଣା କମ୍ କରିଥାଏ ।  

-ବ୍ରାଉନ୍ ସୁଗାରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ମିଳିଥାଏ, ଯାହା ଆପଣଙ୍କୁ ସମସ୍ତ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ ।

-ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରେ ବ୍ରାଉନ ସୁଗାର । ତ୍ବଚା ପାଇଁ ସ୍କ୍ରବ ମାଧ୍ୟମରେ ବ୍ରାଉନ ସୁଗାର ବ୍ୟବହାର କରିପାରିବେ ।

-କୋଷ୍ଠକାଠିନ୍ୟର ସମସ୍ୟାର ସମ୍ମୁଖୀନ କରୁଥିଲେ,ଗରମ ପାଣିରେ ଅଦା ଏବଂ ଏକ ଛୋଟ ଚାମଚ ବ୍ରାଉନ୍ ସୁଗାର ବ୍ୟବହାର କରନ୍ତୁ, ଏହା ଆପଣଙ୍କୁ ତୁରନ୍ତ ଆରାମ ଦେଇଥାଏ ।

-ବଦହଜମି ସମସ୍ୟା ପାଇଁ ମଧ୍ୟ ବହୁତ୍ ଉପକାରୀ ବ୍ରାଉନ୍ ସୁଗାର ।