
ବାଲେଶ୍ୱର,୧୬/୦୭/୨୧ (ଜିଲ୍ଲା ଖବର) : ବଧୂ ହତ୍ୟା ଅଭିଯୋଗରେ ସ୍ବାମୀ, ଶାଶୂ ଓ ଶ୍ବଶୂର ଗିରଫ । ବାଲେଶ୍ବର ଜିଲ୍ଲା ଖଇରା ଥାନା ସରସତିଆ ଗାଁରେ ଘଟିଛି ଏ ଘଟଣା । ବୋହୂ ସସ୍ମିତା ଦାସଙ୍କର ଗତ ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ସସ୍ମିତାଙ୍କୁ ଶାଶୂ ଘର ଲୋକେ ମାରି ଦେଇଥିବା ନେଇ ଖଇରା ଥାନାରେ ଅଭିଯୋଗ କରିଥିଲେ ବାପଘର ଲୋକେ । ଅଭିଯୋଗ ପରେ ଖଇରା ପୋଲିସ ସସ୍ମିତାଙ୍କ ସ୍ବାମୀ ନାରାୟଣ ସେଠୀ, ଶ୍ୱଶୂର ଅନନ୍ତ ସେଠୀ ଏବଂ ଶାଶୂ ସଂଯୁକ୍ତା ସେଠୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।



