
୧୬/୦୭/୨୧ (ଜିଲ୍ଲା ଖବର) : ମହିଳା ହୁଅନ୍ତୁ ଯୁବତୀ, ସମସ୍ତେ ତ୍ବଚାରେ ପ୍ରାକୃତିକ ଆଣିବା ପାଇଁ କିଏ କେତେ କ’ଣ ଉପାୟ ଆପଣାଇ ଥାଆନ୍ତି । ହେଲେ ଆପଣମାନେ ଜାଣନ୍ତି କି, ତ୍ବଚାରେ ପ୍ରାକୃତିକ ଚମକ ଆଣିବାର କିଛି ସହଜ ଉପାୟ ମଧ୍ୟ ରହିଛି । ତା ମଧ୍ୟରୁ ଏକ ଉପାୟ ହେଉଛି , କଫି ଆଇସ କ୍ୟୁବ୍ । ହଁ , ଏହା ମଧ୍ୟ ତ୍ବଚାରେ ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି,ବ୍ୟବହାର ଓ ଫାଇଦା ସମ୍ପର୍କରେ ।
ପ୍ରଥମେ ଆସନ୍ତୁ ଜାଣିବା କଫି ଆଇସ୍ କ୍ୟୁବର ଫାଇବା ବିଷୟରେ –
– ତ୍ୱଚାକୁ ଉଜ୍ୱଳ ଏବଂ ଚମକ କରିଥାଏ କଫି ଆଇସ୍ କ୍ୟୁବ ।
– କଫି ଆଇସ୍ କ୍ୟୁବ ପିମ୍ପଲ୍ ସହିତ ଲଢିବାରେ ସାହାଯ୍ୟ କରିଥାଏ ।
– କଫି ଆଇସ୍ କ୍ୟୁବ୍ ଆଖି ଫୁଲାକୁ ଦୁର କରିବାରେ ସାହାଯ୍ୟ କରିଥାଏ ।
-ତ୍ୱଚାରେ କଫି ଆଇସ୍ କ୍ୟୁବ୍ ଲଗାଇଲେ ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ, ଏହାଦ୍ୱାରା ତ୍ୱଚା ପ୍ରାକୃତିକ ଭାବରେ ଟାଣ ହୋଇଥାଏ ।
ପ୍ରସ୍ତୁତି-
ପ୍ରଥମେ କଫି ପାଉଡରରେ ଗରମ ପାଣି ପକାଇ ମିକ୍ସ କରିବେ । ଏହା ଥଣ୍ଡା ହେବା ପରେ ତାକୁ ନେଇ ଆଇସ କ୍ୟୁବ ଟ୍ରେରେ ରଖି, ଫ୍ରିଜରରେ ରଖିବେ । ପରଦିନ ଏହାକୁ ଫ୍ରିଜରୁ କାଢି ବ୍ୟବହାର କରି ପାରିବେ ।
ବ୍ୟବହାର-
ପ୍ରଥମେ ତ୍ବଚାକୁ ଧୋଇ ସଫା କରିବେ। ଏହାପରେ କଫି ଆଇସ କ୍ୟୁବକୁ ଏକ ସଫା କପଡାରେ ଗୁଡାଇ ତ୍ବଚାରେ ଘଷିବେ । କିଛି ସମୟ ଏହାକୁ ତ୍ବଚାରେ ମସାଜ କରିବା ପରେ ,ତ୍ବଚାକୁ ଧୋଇ ସଫା କରିବେ ।


