
୧୬/୦୭/୨୧ (ଜିଲ୍ଲା ଖବର) : 6 ଟି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି 6 ଟି ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ… ଭର୍ଚୁଆଲ୍ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ଉପସ୍ଥିତ ଥିଲେ ।
ତେବେ ଅକ୍ସିଜେନ୍ ପ୍ଲାଣ୍ଟକୁ ମିଶନ ମୋଡ଼ରେ ପୁରା କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଗ୍ରାମାଞ୍ଚଳରେ କରୋନା ପ୍ରତିହତ ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ହେବ । ଆମ ମଧ୍ୟରୁ କରୋନା ଯାଇନି, ଆମେ ସତର୍କ ହେବା, ସଜାଗ ହେବା । ପିଲାମାନଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବାକୁ ହେବ । ୟୁରୋପୀୟ ଦେଶ ଗୁଡ଼ିକରେ ପିଲାଙ୍କ ସଂକ୍ରମଣ ସଂଖ୍ୟା ବଢ଼ିଛି ।
ମହାରାଷ୍ଟ୍ର, କେରଳରେ ଲଗାତାର ସଂକ୍ରମଣ ବଢୁଛି, ଯାହାକି ଚିନ୍ତାର ବିଷୟ । ଗଲା ସପ୍ତାହରେ 6 ରାଜ୍ୟରୁ 80 ପ୍ରତିଶତ କେସ୍ ସାମନାକୁ ଆସିଛି । ଏହାସହ 84 ପ୍ରତିଶତ ଦୁଃଖଦ ମୃତ୍ୟୁ କେସ୍ ଆସିଛି । ଆମକୁ ତୃତୀୟ ଲହରକୁ ରୋକିବାକୁ ହେବ କହିଛନ୍ତି ପ୍ରଧାନମନ୍ତ୍ରୀ । କରୋନାର ନୂଆ ନୂଆ ଭ୍ୟାରିଆଣ୍ଟକୁ ମିଳିମିଶି ପ୍ରତିହତ କରିବାକୁ ହେବ । ଟେଷ୍ଟ, ଟ୍ରାକ୍, ଟ୍ରିଟମେଣ୍ଟ ଓ ଟିକାକରଣକୁ ପ୍ରାଧାନ୍ୟ ଦେବା ସହ ଯେଉଁଠି ସଂକ୍ରମଣ ବଢୁଛି ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟକୁ ଅଧିକ ଗୁରୁତ୍ବ ଦିଆଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।


