Thursday, November 12, 2026
Home ଆଞ୍ଚଳିକ ଫିଟ୍‌ରୁ ଫ୍ୟାଟ ହେଲେ Kriti Sanon

ଫିଟ୍‌ରୁ ଫ୍ୟାଟ ହେଲେ Kriti Sanon

13

ନୂଆଦିଲ୍ଲୀ, ୧୬/୦୭/୨୧ (ଜିଲ୍ଲା ଖବର) : ଆଗାମୀ ଫିଲ୍ମ’ମିମି’କୁ ନେଇ ବେଶ ଉସ୍ବାହିତ ଅଛନ୍ତି ବଲିଉଡ ଅଭିନେତ୍ରୀ Kriti Sanon। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଛି । ଆସନ୍ତା ୩୦ ତାରିଖରେ ନେଟଫ୍ଲିକ୍ସ ଓ ଜିଓ ସିନେମାରେ ରିଲିଜ ହେବ। ଏଥିରେ Kritiଙ୍କ ସହ ପଙ୍କଜ ତିପ୍ରାଠୀ, ସୁପ୍ରିୟା ପାଠକ ଆଦି ନଜର ଆସିବେ। ଏହାର ଟ୍ରେଲର ଦେଖିବା ପରେ ସମ୍ପୂର୍ଣ୍ଣ ଫିଲ୍ମ ଦେଖିବା ପାଇଁ  ଅପେକ୍ଷା କରିଛନ୍ତି ଦର୍ଶକ । ଏଥିରେ Kriti ଜଣେ ସରୋଗେଟ ମଦର ଭୂମିକାରେ ନଜର ଆସିବେ । ଗର୍ଭବତୀ ଭୂମିକାକୁ ପରଦାରେ ଜୀବନ୍ତ କରିବାକୁ  ସେ ନିଜ ଓଜନକୁ ୧୫ କେଜି ବଢ଼ାଇ ଦେଇଛନ୍ତି।

କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  Kriti କହିଛନ୍ତି ଯେ, ‘ ଭଲ ମେଟାବୋଲିଜିମ କାରଣରୁ ଯାହା ଖାଇଲେ ବି ମୋ ଓଜନ ସେମିତି ବଢେ ନାହିଁ । ଯେଉଁଥିପାଇଁ ଯାହା ଇଛା ଖାଇପାରେ । ତେଣୁ ମୋ ପାଇଁ ଓଜନ ବଢାଇବା ଏତେ ସହଜ ନଥିଲା । ଓଜନ ବଢାଇବା ପାଇଁ ମତେ ସେଟ୍‌ରେ ସମସ୍ତେ କିଛି ନା କିଛି ଖାଇବାକୁ ଦେବା ଆରମ୍ଭ କଲେ। Kriti ଫିଲ୍ମ ସେଟ୍‌ରେ ରସଗୁଲାଠୁ ଆରମ୍ଭ କରି ବର୍ଗର, ଫ୍ରାଏଡ ଜିନିଷ, ଚକୋଲେଟ, ସେକ୍‌ ଆଦି ବିଭିନ୍ନ ଜିନିଷ ଖାଇବା ଆରମ୍ଭ କଲେ। ଏପରିକି ଜଙ୍କ ଫୁଡ ଦେଖି ମତେ ଚାହିଁବାକୁ ବି ଇଛା ହେଉ ନଥିଲା । ଯୋଗ, ଏକ୍ସରସାଇଜ କରିବାକୁ ମତେ ଅନୁମତି ବି ନଥିଲା । ଯାହା ଫଳରେ ମତେ ଅନଫିଟ ଲାଗୁଥିଲା ।   

ଏଭଳି ଏକ ଚ୍ୟାଲେଞ୍ଜି ଫିଲ୍ମରେ ଅଭିନୟ ସୁଯୋଗ ପାଇଥିବାରୁ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିବା Kriti, ନିଜ ଓଜନକୁ ନେଇ ଆଉ ଟେନସନରେ ନାହାନ୍ତି।  ନିଜ ପୁରୁଣା ସେପ୍‌କୁ ଫେରିବାକୁ ମୋତେ ଅଧିକ କଷ୍ଟ କରିବାକୁ ପଡ଼ିବନି । କିନ୍ତୁ ନିଜ ଚରିତ୍ରକୁ ଶତ ପ୍ରତିଶତ ଦେବା ଏବେକାର ସମୟର ଆବଶ୍ୟକତା ବୋଲି Kriti କହିଛନ୍ତି ।