
ନୂଆଦିଲ୍ଲୀ, ୧୬/୦୭/୨୧ (ଜିଲ୍ଲା ଖବର) : Haryanvi Music Industryରେ ଏବେ ଧୂମ ମଚାଉଛନ୍ତି ଅଞ୍ଜଳୀ ରାଘବ । ଅଞ୍ଜଳୀ ଅନେକ ସୁପରହିଟ ଗୀତ ଦର୍ଶକଙ୍କୁ ଭେଟ୍ଟି ଦେଇଛନ୍ତି । ତେବେ ପୁଣି ଏବେ ରିଲିଜ୍ ହୋଇଯାଇଛି ଅଞ୍ଜଳୀ ରାଘବଙ୍କର ନୂଆ ଗୀତ ‘ଇଗନୋର’ । ଏଥିରେ ଖୁବ୍ ସୁନ୍ଦର ଅନ୍ଦାଜରେ ନଜର ଆସୁଛନ୍ତି ଅଞ୍ଜଳୀ । ଏହି ଗୀତରେ ସ୍ବାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଥିବା ଭଲପାଇବା ଓ ରାଗରୁଷା ଦେଖିବାକୁ ମିଳୁଛି । ଗୀତଟି ରିଲିଜ ହେବାପରେ ଧମାଲ ମଚାଇବା ସହିତ, ବେଶ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ ।
ପ୍ରକାଶ ଥାଉକି, ଏହା ପୂର୍ବରୁ ତାଙ୍କ ଗୀତ Helli Me Chor ରିଲିଜ୍ ହୋଇଥିଲା । ଏହା ମଧ୍ୟ ଦର୍ଶକଙ୍କ ହୃଦୟକୁ ଛୁଇଁବାରେ, ବେଶ ସଫଳ ହୋଇଥିଲା ।


