Monday, November 16, 2026
Home ଆଞ୍ଚଳିକ ଅଫିସ୍ ଅଫ୍ ପ୍ରଫିଟ୍ ରେ ବିଧାୟକ ରହିବେ କି ନାହିଁ ସେ ନିଷ୍ପତି ରାଜ୍ୟପାଳ ନିଅନ୍ତୁ-...

ଅଫିସ୍ ଅଫ୍ ପ୍ରଫିଟ୍ ରେ ବିଧାୟକ ରହିବେ କି ନାହିଁ ସେ ନିଷ୍ପତି ରାଜ୍ୟପାଳ ନିଅନ୍ତୁ- ହାଇକୋର୍ଟ

26

୧୬/୦୭/୨୧ (ଜିଲ୍ଲା ଖବର) :  ଅଫିସ୍‌ ଅଫ୍‌ ପ୍ରଫିଟ୍‌ ରେ ଥିବା ବିଧାୟକଙ୍କ ପଦବି ରଦ୍ଦ ମାମଲା । ରାଜ୍ୟପାଳଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ ।  ବିଧାୟକ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ଅଫିସ ଅଫ ପ୍ରଫିଟ୍‌ ତଥା ଲାଭ ଜନକ ପଦବିରେ ରହି ମନ୍ତ୍ରୀଙ୍କ ଭଳି ବିଭନ୍ନ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ବିଧାୟକ । ଯାହାକି ସମ୍ବିଧାନର ବିରୋଧାଚରଣ କରୁଛି ।  

ଏହିଭଳି ଜନ ପ୍ରତିନିଧିମାନଙ୍କ ପଦବିକୁ ରଦ୍ଦ ଲାଗି ରୁଜୁ ହୋଇଥିବା ମାମଲାକୁ ଶୁଣାଣି କରି ହାଇକୋର୍ଟ ରାଜ୍ୟପାଳଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି । ରାଜ୍ୟପାଳ ଭାରତୀୟ ନିର୍ବାଚନ କମିଶନନଙ୍କ ମତ ନେଇ ନଭେମ୍ବର ୮ ତାରିଖ ପୂର୍ବରୁ ଏହି ଆବେଦନର ଅନ୍ତ ଘଟାଇବାକୁ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ।

ନଭେମ୍ବର 15 ତାରିଖ ପୂର୍ବରୁ ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳ ଅବେଦନକାରୀଙ୍କୁ ଅବଗତ କରିବେ । ସୁପ୍ରିମକୋର୍ଟର ଆଇନଜୀବୀ ସମରେନ୍ଦ୍ର ବେଉରାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର ଏବଂ ବିଚାରପତି ଜଷ୍ଟିସ ଏସ.କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।