Monday, October 12, 2026
Home ଜାତୀୟ ଭାରତର ପ୍ରତ୍ୟେକ କାର୍ଯ୍ୟକ୍ରମ ବିଶ୍ୱ ପଦକ୍ଷେପକୁ ମଧ୍ୟ ସଶକ୍ତ କରିବ: ପ୍ରଧାନମନ୍ତ୍ରୀ

ଭାରତର ପ୍ରତ୍ୟେକ କାର୍ଯ୍ୟକ୍ରମ ବିଶ୍ୱ ପଦକ୍ଷେପକୁ ମଧ୍ୟ ସଶକ୍ତ କରିବ: ପ୍ରଧାନମନ୍ତ୍ରୀ

11

ରିୟାଦ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ରିୟାଦଠାରେ ଭବିଷ୍ୟତ ନିବେଶ ପଦକ୍ଷେପ ମଞ୍ଚରେ ଦୀକ୍ଷାନ୍ତ ଭାଷଣ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଲେ ଯେ ତାଙ୍କର ଲକ୍ଷ୍ୟ ହେଉଛି ଦରିଦ୍ରତମ ବ୍ୟକ୍ତିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା । ପ୍ରଧାନମନ୍ତ୍ରୀ କହିଲେ ଯେ, ସେ ସବୁବେଳେ ବିଶ୍ୱକୁ ଉନ୍ନତ କରିବାରେ ଭାରତ କିପରି ଭାବେ ଯୋଗଦାନ କରିପାରିବ ସେନେଇ ଚିନ୍ତା କରି ଆସୁଛନ୍ତି । ଭାରତରେ ଚାଲୁଥିବା ଆମର କାର୍ୟ୍ୟକ୍ରମ ସମଗ୍ର ବିଶ୍ୱରେ ଚାଲୁଥିବା ଏପରି କାର୍ୟ୍ୟକ୍ରମକୁ ଅଧିକ ମଜଭୁତ କରିବ । ଉଦାହରଣ ସ୍ୱରୂପ ବିଶ୍ଵରୁ ୨୦୩୦ ସୁଦ୍ଧା ଯକ୍ଷ୍ମା ଦୂର କରିବାର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବା ବେଳେ ଆମର ଲକ୍ଷ୍ୟ ରହିଛି ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା । ଭାରତ ଏଥିରେ ସଫଳ ହେଲେ ସମଗ୍ର ବିଶ୍ୱ ଅଧିକ ସୁସ୍ଥ ହେବ ।

ସ୍ରୋତ-ପିଆବି