
ନୂଆଦିଲ୍ଲୀ, ୧୬/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ସୁରେଖା ସିକ୍ରି ଆଉ ଏ ଦୁନିଆଁରେ ନାହାଁନ୍ତି । ମୁମ୍ବାଇରେ ୭୫ ବର୍ଷ ବୟସରେ, ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଲୋକପ୍ରିୟ ଧାରାବାହିକ’ବାଳିକା ବଧୂରେ ଦାଦି ସା ଚରିତ୍ରରେ ଅଭିନୟ କରିଥିବା ସୁରେଖାଙ୍କ, ଦେହାନ୍ତରେ ବଲିଉଡ ଓ ଟିଭି ଦୁନିଆଁରେ ଶୋକର ଲହରୀ ଖେଳି ଯାଇଛି ।
ତାଙ୍କ ମ୍ୟାନେଞ୍ଜର ତାଙ୍କ ଦେହାନ୍ତ ହେବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦୁଃଖର କଥା ସୁରେଖା ଜି ଆଉ ନାହାଁନ୍ତି । ୭୫ ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଦ୍ବିତୀୟ ବ୍ରେନ ଷ୍ଟ୍ରୋକ ପରେ ସେ ବହୁତ ଚିନ୍ତାରେ ଥିଲେ ।
ଏହାପରେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଇ ଗତି କରୁଥିଲେ । ବ୍ରେନ ଷ୍ଟ୍ରୋକ୍ ପରେ ତାଙ୍କର ଉପରେ ଚିକିସ୍ବାର ପ୍ରଭାବ ଜଲଦୀ ପଡୁ ନଥିଲା । ଦୀର୍ଘ ସମୟ ଧରି ସେ ହସ୍ପିଟାଲରେ ଥିଲେ ।
ପ୍ରକାଶ ଥାଉକି, ସୁରେଖା ଅନେକ ଥିଏଟର, ଫିଲ୍ମ, ଟିଭି ଧାରାବାହିକରେ କାମ କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରନ୍ତି ।





