ପିପିଏଲ ମୁଖ୍ୟ ଗେଟ୍ ପାଖରେ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ

2

ଜଗତସିଂହପୁର, ୧୬/୦୭/୨୧ (ଜିଲ୍ଲା ଖବର) :  ପାରାଦୀପ ଫସଫେଟ ଲିମିଟେଡ଼ ମୁଖ୍ୟ ଗେଟ ପାଖରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଆଇଓସିଏଲ ରୁ ପିପିଏଲ ଆସୁଥିବା ସମୟରେ 4 ବଗି ଲାଇନଚ୍ୟୁତ ହୋଇଛି । ତେବେ ଟ୍ରେନ ଟି ଖାଲି ଥିବାରୁ କିଛି କ୍ଷୟକ୍ଷତି ହୋଇନାହିଁ  । ଅନ୍ୟ ଟ୍ରେନ ଗୁଡିକର ଯାତାୟତ ବାଧାପ୍ରାପ୍ତ ହୋଇଛି । ରେଳବାଇ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ହାଇଡ୍ରା ଓ ଜେସିବି ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଟ୍ରେନ ଚକା ଖସିଯାଇଥିବାରୁ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ଦେଇଛି ରେଳବାଇ ବିଭାଗ । ଜଗତସିଂହପୁର ଜିଲ୍ଲା ପାରାଦୀପ ସ୍ଥିତ ପିପିଏଲ ପ୍ଲାଣ୍ଟ ପରିସରକୁ ସାର ବୋଝେଇ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ଟ୍ରେନରେ ସମୁଦାୟ ୫୯ଟି ଖାଲି ବଗି ରହିଥିବା ବେଳେ ସେଥିରୁ ୪ଟି ବଗି ଟ୍ରାକରୁ ବାହାରି ଯାଇଥିବା ସୂଚନା ମିଳିଛି ।