
ବୁର୍ଲା ,୧୬/୦୭/୨୧ (ଜିଲ୍ଲା ଖବର) : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଘଂନ ଓ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ବୁର୍ଲା ସିଲଭର ମୁନ ହୋଟେଲ। ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା କଟାପାଲି ଅଂଚଳରେ ଥିବା ହୋଟେଲ ସିଲଭର ମୁନକୁ ପୋଲିସ ସିଲ କରିଛି ।
ପଲ୍ୟୁସନ ବୋର୍ଡ ସଦସ୍ୟଙ୍କ ସମେତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଏବଂ ବୁର୍ଲା ପୁଲି ର ସହଯୋଗ ରେ ହୋଟେଲ ସିଲଭର ମୁନକୁ ସିଲ କରିଛନ୍ତି। ତେବେ କିଛି ଦିନ ହେଲା କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ହୋଟେଲ ଭିତରେ ବାହାଘର ଚାଲୁଥିବାନେଇ ପୋଲିସ ଖବର ପାଇଥିଲା । ତେବେ ବୁର୍ଲା ପୋଲିସ ଆଜି ଅପରାହ୍ନରେ ହୋଟେଲ ସିଲ କରିଛି ।


