
ଭୁବନେଶ୍ଵର, ୧୬/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି ମୋଟ ୨୫୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୯ ଲକ୍ଷ ୨୩ ହଜାର ୨୦୯ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
କଟକରୁ ସର୍ବାଧିକ ୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୯୨, ଯାଜପୁରରୁ ୨୫୧, ପୁରୀରୁ ୧୬୯, କେନ୍ଦ୍ରପଡାରୁ ୧୬୭, ମୟୂରଭଞ୍ଜରୁ ୧୪୮, ବାଲେଶ୍ବରରୁ ୧୪୭, ଭଦ୍ରକରୁ ୧୧୮, ଜଗତସିଂହପୁରରୁ ୧୦୮, କେନ୍ଦୁଝରରୁ ୯୪, ଢେଙ୍କାନାଳରୁ ୮୦, ଅନୁଗୁଳରୁ ୬୭, ନୟାଗଡରୁ ୫୩, ମାଲକାନାଗିରିରୁ ୩୮, କୋରାପୁଟରୁ ୨୯, କୋରାପୁଟରୁ ୨୯, ରାୟଗଡାରୁ ୨୫, ସୁନ୍ଦରଗଡରୁ ୨୨, ବୌଦ୍ଧରୁ ୨୧, ନବରଙ୍ଗପୁରରୁ ୨୧, ସମ୍ବଲପୁରରୁ ୨୧, କନ୍ଧମାଳରୁ ୧୯, ସୋନପୁରରୁ ୧୫, ବରଗଡରୁ ୧୨, ଝାରସୁଗୁଡାରୁ ୧୦, ଗଞ୍ଜାମରୁ ୯, ଗଜପତିରୁ ୮, ନୂଆପଡାରୁ ୮, ଦେବଗଡରୁ ୭, କଳାହାଣ୍ଡିରୁ ୬, ବଲାଙ୍ଗୀରିରୁ ୪ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


