Sunday, November 15, 2026
Home ଆଞ୍ଚଳିକ ‘ଅଟୋରେ 2 ଜଣ ପରିବର୍ତ୍ତେ 3 ଜଣ ପାସେଞ୍ଜର ଗଲେ ଉପକୃତ ହେବୁ’

‘ଅଟୋରେ 2 ଜଣ ପରିବର୍ତ୍ତେ 3 ଜଣ ପାସେଞ୍ଜର ଗଲେ ଉପକୃତ ହେବୁ’

9

ଭୁବନେଶ୍ଵର, ୧୬/୦୭/୨୧ (ଜିଲ୍ଲା ଖବର) : ମହାମାରୀ ସମୟରେ ଅଟୋ ଚଳାଇବା ନିହାତି ଚ୍ୟାଲେଞ୍ଜିଙ୍ଗ ହେବ। ରାଜ୍ୟ ସରକାର ଯେଉଁ 2 ଜଣ ନେବାକୁ ନିଷ୍ପତ୍ତି ନିଆଯାଇଛି ଏହାକୁ ଅଟୋ ଆସୋସିଏସନ ପକ୍ଷରୁ ନାପସନ୍ଦ କରାଯାଇଛି।

 2 ଜଣ ଗଲେ 4 ଜଣକ ଭଡା ତାଙ୍କୁ ଦେବାକୁ ହେବ ଏବଂ ଏଥିପାଇଁ ବହୁ ପରିସ୍ଥିତିରେ ବାଧା ବିଘ୍ନ ଆସିପାରେ। ଅଟୋ ଚଳାଇବା ନିଷ୍ପତ୍ତିକୁ ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯାଇଛି ।

 ମାତ୍ର 2 ଜଣ ପରିବର୍ତ୍ତେ 3 ଜଣ ପାସେଞ୍ଜର ବସାଇବା ନିଷ୍ପତ୍ତି ନେଲେ ସେମାନେ ଉପକୃତ ହେବେ। ମାତ୍ର 2 ଜଣ ପାସେଞ୍ଜର ବସାଇକି ନେବା ଅଟୋ ମାଲିକଙ୍କ ପାଇଁ କଷ୍ଟକର ହେବ।