Sunday, October 11, 2026
Home ଅପରାଧ କୂଅରେ ଖସି ପଡିଲେ 30ରୁ ଉର୍ଦ୍ଧ୍ୱ ଲୋକ, 3 ମୃତ

କୂଅରେ ଖସି ପଡିଲେ 30ରୁ ଉର୍ଦ୍ଧ୍ୱ ଲୋକ, 3 ମୃତ

7

୧୬/୦୭/୨୧ (ଜିଲ୍ଲା ଖବର) :   ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ବଡ଼ ଧରଣର ଅଘଟଣ । ଲାଲ ପଠାର ଗାଁର ଏକ କୂଅରେ ଖସି ପଡ଼ିଛନ୍ତି 30 ରୁ ଅଧିକ ଲୋକ । ସେମାନଙ୍କ ମଧ୍ୟରୁ 16  ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଏବେ ବି ଫସି ରହିଛନ୍ତି  ଅନେକ । କୂଅ ଭିତରୁ 3 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏବେ ବି ଏନଡିଆରଏଫ୍, ଏସଡିଆରଏଫ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ପିଲା କୂଅରେ ଖସି ପଡ଼ିଥିଲା । ତାକୁ ଉଦ୍ଧାର କରିବାକୁ ଲାଗିଥିଲା ପ୍ରବଳ ଭିଡ଼ । ଲୋକଙ୍କ ଗହଳିରେ କୂଅର ଉପର ସ୍ଲାପ୍ ଧସିଯାଇଥିଲା । ଫଳରେ ଘଟଣାସ୍ଥଳରେ ଉପସ୍ଥିତ 30ରୁ ଅଧିକ ଲୋକ କୂଅ ଭିତରେ ଖସି ପଡ଼ିଥିଲେ ।

ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ । ଘଟଣାସ୍ଥଳରେ ମନ୍ତ୍ରୀ ବିଶ୍ବାସ ସାରଙ୍ଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ।