Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! କ୍ୟାଟ୍ରିନା କୈଫ୍

ଜନ୍ମଦିନର ଶୁଭେଚ୍ଛା ! କ୍ୟାଟ୍ରିନା କୈଫ୍

14

ନୂଆଦିଲ୍ଲୀ,୧୬/୦୭/୨୧ (ଜିଲ୍ଲା ଖବର) : ବଲିଉଡର ବାର୍ବି ଡଲ କୁହାଯାଉଥିବା କ୍ୟାଟ୍ରିନା କୈଫଙ୍କ ଆଜି ଜନ୍ମଦିନ । ୧୬ ଜୁଲାଇ ୧୯୮୩ରେ ସେ ଜନ୍ମଗ୍ରହଣ କରିଥିଲେ  । ବଲିଉଡ ଫିଲ୍ମରେ ଧମାଲ ମଚାଉଥିବା କ୍ୟାଟ୍ରିନା, ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଯେତେବେଳେ ସେ ଫିଲ୍ମ ଦୁନିଆଁକୁ ଆସିଥିଲେ, ସେତେବେଳେ ତାଙ୍କ ପାଇଁ ହିନ୍ଦୀ କହିବା କଷ୍ଟକର ଥିଲା । ହେଲେ ଆଜି ସେ ହିନ୍ଦୀ ଫିଲ୍ମର ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି । ଫିଲ୍ମ ସହିତ ସେ ତାଙ୍କର ଷ୍ଟାଇଲ ଓ ଫ୍ୟାଶନ ସେନ୍ସ ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି ।

ଏକ ବଡ ପରିବାରରୁ ଆସିଛନ୍ତି କ୍ୟାଟ୍ରିନା । ତାଙ୍କ ପରିବାରରେ ୭ ଭାଇ ଭଉଣୀ ଅଛନ୍ତି । ତାଙ୍କର ୩ ଜଣ ବଡ ଭଉଣି ଓ ୨ ଜଣ ସାନ ଭଉଣି ଏବଂ ଜଣେ ବଡ ଭାଇ ଅଛନ୍ତି । ମା’ଙ୍କ ବହୁତ ନିକଟତର କ୍ୟାଟ୍ରିନା । ପାଖାପାଖି ୧୪ ବର୍ଷ ବୟସରୁ ସେ ମଡେଲିଂ କରିବା  ଆରମ୍ଭ କରିଥିଲେ ।

ଫିଲ୍ମ’ବୁମ୍’ମାଧ୍ୟମରେ କ୍ୟାଟ୍ରିନା ବଲିଉଡରେ ପାଦ ଥାପିଥିଲେ । କିନ୍ତୁ ଫିଲ୍ମଟି ଫ୍ଲପ ହୋଇଥିଲା । ଏହାପରେ ସେ ଫିଲ୍ମ’ସରକାର’ରେ ଏକ ଛୋଟ ଭୂମିକାରେ ନଜର ଆସି, ଦର୍ଶକଙ୍କୁ ପ୍ରଭାବିତ କରିଥିଲେ । ତାପରେ ସେ ଅଭିନେତା ସଲମାନଙ୍କ ସହ ଫିଲ୍ମ’ମେନେ ପ୍ୟାର କ୍ୟୁଁ କିୟା’ରେ କାମ କରିଥିଲେ । ଯାହା ତାଙ୍କୁ ବେଶ ଲୋକପ୍ରିୟ କରିଥିଲା । ଏହାପରେ ସେ ମଧ୍ୟ ଦର୍ଶକଙ୍କ ମନପସନ୍ଦର ଅଭିନେତ୍ରୀ ହୋଇ ପାରିଥିଲେ । ତାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ଅନେକ ଫିଲ୍ମ ଭେଟ୍ଟି ଦେଇଛନ୍ତି ଦର୍ଶକଙ୍କୁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେର ସାରା ଶୁଭକାମନା  ।