
୧୬/୦୭/୨୧ (ଜିଲ୍ଲା ଖବର) : ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଗୁଜୁରାଟ ସାଇନ୍ସ ସିଟିର ଆକ୍ୱାଟିକ୍ସ ଏବଂ ରୋବୋଟିକ୍ସ ଗ୍ୟାଲେରୀ ଏବଂ ପ୍ରକୃତି ପାର୍କକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ଗାନ୍ଧିନଗର ରାଜଧାନୀ ଏବଂ ୱାରେଥା ମଧ୍ୟରେ ଦୁଇଟି ନୂତନ ଟ୍ରେନ୍ ଗାନ୍ଧିନଗର ରାଜଧାନୀ-ବାରାଣାସୀ ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ଏମଏମୟୁକୁ ସବୁଜ ଫ୍ଲାଗ୍ ଦେଖାଇବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗାନ୍ଧିନଗର ରାଜଧାନୀ ରେଳ ଷ୍ଟେସନକୁ 71 କୋଟି ଟଙ୍କା ବ୍ୟୟରେ ଆଧୁନିକୀକରଣ କରାଯାଇଛି । ରେଳ ଷ୍ଟେସନ ଉପରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯାଇଛି । ଯେଉଁଠି ଆଧୁନିକ ବିମାନବନ୍ଦର ଭଳି ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଦିଆଯାଇଛି ।
ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟିକେଟ୍ ୱିଣ୍ଡୋ, ରେମ୍ପ, ଲିଫ୍ଟ ଏବଂ ସୁରକ୍ଷିତ ପାର୍କିଂ ବ୍ୟବସ୍ଥା କରାଯାଇଛି । ସମଗ୍ର ବିଲ୍ଡିଂକୁ ସବୁଜ କୋଠା ଭାବରେ ଡିଜାଇନ୍ କରାଯାଇଛି ।


