
ହିଞ୍ଜିଳିକାଟୁ,୧୫/୭(ଜିଲ୍ଲା ଖବର) : ଲେଖିବା ପରେ ଚେତିଲା ପ୍ରଶାସନ
ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜା ସାହି ଛକ ତଥା ୫୯ ନଂ ଜାତୀୟ ରାଜପଥ ପ୍ବାର୍ଶରେ ହିଞ୍ଜିଳି ଥାନା ଖରିଡା ଗ୍ରାମର ମୁରଲି ଦାସ ଗତ ୨ ଦିନ ଧରି ଜୈନିକ ବ୍ୟକ୍ତିଙ୍କ ଦୋକାନ ବାରଣ୍ଡାରେ ଅସହାୟ ଅବସ୍ଥାରେ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଗତ ୨ ଦିନ ଧରି ଘଟିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ପଡ଼ିନଥିଲା । ଘଟଣା ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ଚିହ୍ନିକି ଉଠିବା ସହିତ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ, ରଜନୀକାନ୍ତ ପାତ୍ର ।






