
ବାଲିଗୁଡା,୧୫/୭ { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳରେ ଗଞ୍ଜେଇ ମାଫିଆ ଚୋରା ଗଞ୍ଜେଇ ଚାଲାଣ ରେ ବେଶ ସକ୍ରିୟ ଅଛନ୍ତି l ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ ଟିମ ମହାସିଂ ଅଞ୍ଚଳ କୁ ପେଟୋଲିଂ ପାଇଁ ଯାଇ ଥିଲେl ପଥପାର୍ଶ୍ୱ କେନ୍ଦ୍ର ରାସ୍ତାର ଚୋରା ଗଞ୍ଜେଇ ଠୁଳ କରି ଚୋରାଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିଲେ ଘଟଣା ସ୍ଥଳକୁ ବାଲିଗୁଡ଼ା ଥାନାର ପୋଲିସ ଟିମ ସହିତ ପହଞ୍ଚି 80 କେଜି 300ଗ୍ରାମ ଗଞ୍ଜେଇ ସହ କାର ଜବତ କରିଥିଲେ |ଗାଡ଼ିରେ ନମ୍ବର OD-02-BC-0829ବୋଲି ଜଣା ପଡିଛି | ତିନିଜଣ ଗଞ୍ଜେଇ ମାଫିଆ କୁ କାବୁ କରିଥିଲେ ପୋଲିସ୍ ଏନେଇ ବାଲିଗୁଡ଼ା ଥାନାରେ 113/21ରେ ଏନ୍ ଡି ପି ଏସ ଆକ୍ଟ୍ ରେ ମାମଲା ରୁଜୁ ହୋଇଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି | ସିକପଟା ଗ୍ରାମ ର ଶାନ୍ତନୁ ମନ୍ତ୍ରୀ, ସୁକୁଙ୍ଗିଆ ର ନିବସା ଦିଗାଲ, ଓ ଜୟାସ ଦିଗାଲ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି |


