Sunday, October 11, 2026
Home ଅପରାଧ କରେରି ହ୍ରଦ ନିକଟରୁ ଉଦ୍ଧାର ହେଲା ଗାୟକ ମନମିତଙ୍କ ମୃତଦେହ

କରେରି ହ୍ରଦ ନିକଟରୁ ଉଦ୍ଧାର ହେଲା ଗାୟକ ମନମିତଙ୍କ ମୃତଦେହ

5

ନୂଆଦିଲ୍ଲୀ, ୧୫/୦୭/୨୧ (ଜିଲ୍ଲା ଖବର) : ଜଣାଶୁଣା ପଞ୍ଜୀବୀ ସିଙ୍ଗର ମନମିତ ସିଂହ ଆଉ ଏ ଦୁନିଆଁରେ ନାହାଁନ୍ତି । ପ୍ରଖର ଜଳସ୍ରୋତରେ ଭାସିଯାଇ ତାଙ୍କର ଦେହାନ୍ତ ହୋଇଛି । କାଙ୍ଗଡା ଜିଲ୍ଲାର କରେରି ହ୍ରଦ ନିକଟରୁ ତାଙ୍କ ମୃତ ମିଳିଛି ।

ପ୍ରକାଶ ଥାଉକି, ସିଂହଙ୍କ ଗ୍ରୁପ୍ ସାନ୍ ବ୍ରଦର୍ସ ଭାବରେ ବେଶ୍ ଜଣାଶୁଣା । ମନମିତ ସିଂ ପଞ୍ଜାବର ଜଣେ ପ୍ରସିଦ୍ଧ ସୁଫି ଗାୟକ । କୁହାଯାଉଛି ଯେ, ମନମିତ୍ ଅମୃତସରରୁ ଧର୍ମଶାଳା ବୁଲିବାକୁ ଯାଇଥିଲେ । ତାଙ୍କ ସହିତ ତାଙ୍କ ଭାଇ ଏବଂ ଅନ୍ୟ ୪ ଜଣ ସାଙ୍ଗ ଥିଲେ । ଦେଶରୁ ଆରମ୍ଭ କରି ବିଦେଶ ଯାଏଁ ତାଙ୍କ ଗାୟନ ଶୈଳୀରେ ସେ ଦର୍ଶକଙ୍କ ହୃଦୟ ଜିତୁଥିଲେ । ହେଲେ ହିମାଚଳ ପ୍ରଦେଶରେ ଆସିଥିବା ବିପର୍ଯ୍ୟୟ ସାନ୍ ବ୍ରଦର୍ସଙ୍କ ଯୋଡିକୁ ଭାଙ୍ଗି ଦେଇଛି। ବୁଧବାର ଧର୍ମଶାଲା ଅଞ୍ଚଳରେ ବାଦଲ ଫଟା ବର୍ଷାରୁ ବନ୍ୟା ହେବା ପରେ, ମନମିତ ସିଂହ ନିଖୋଜ ଥିଲେ । 

କରେରି ହ୍ରଦ ବୁଲିବାକୁ ଯାଇଥିବା ସମୟରେ ,ରାତିରେ ପ୍ରବଳ ବର୍ଷା କାରଣରୁ ସମସ୍ତେ ସେଠାରେ ରହିଥିଲେ । ଯେତେବେଳେ ସମସ୍ତ ଲୋକ ସେଠାରୁ ଫେରୁଥିଲେ, ହଠାତ୍ ମନମିତ ସିଂହ ଏକ ଖାଲ ପାର ହେବା ସମୟରେ , ପ୍ରବଳ ଜଳ ସ୍ରୋତରେ ଭାସି ଯାଇଥିଲେ । ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ମନମିତ ସିଂହଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ ।

କାଙ୍ଗଡା ଜିଲ୍ଲାର ପୋଲିସ ଅଧୀକ୍ଷକ ଅମୃତସର ରହୁଥିବା ମନମିତ ସିଂହଙ୍କ ବିଷୟରେ ସୂଚନା ପାଇଥିଲେ କି ସେ କରେରି ହ୍ରଦ ନିକଟରେ ନିଖୋଜ ହୋଇଯାଇଛନ୍ତି । ବିଳମ୍ବିତ ରାତିରେ ରିଲିଫ ଟିମ୍ ବହୁ ଖୋଜା ଖୋଜି ପରେ ପରେ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।