
ନୂଆଦିଲ୍ଲୀ, ୧୫/୦୭/୨୧ (ଜିଲ୍ଲା ଖବର) : ୩୦ ଜୁନ ୨୦୨୧ ମନ୍ଦିରା ବେଦୀଙ୍କ ପାଇଁ ଚିରଦିନ ପାଇଁ ଏକ ଅଭୂଲା ଦିନ ହୋଇ ରହିବ । କାହିଁକି ନାଁ, ସେଦିନ ତାଙ୍କ ହାତ ଛାଡି, ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ ତାଙ୍କ ସ୍ୱାମୀ ରାଜ୍ କୌଶଲ । ଆଜି ରାଜ୍ ତାଙ୍କ ପାଖରେ ନାହାଁନ୍ତି ସତ, ହେଲେ ଏବେ ମନ୍ଦିରାଙ୍କ ମନ ଭିତରେ ଘର ରହିଛନ୍ତି ରାଜ୍ । ସ୍ୱାମୀକୁ ହରାଇବାର ଦୁଃଖକୁ ଭୂଲି ପାରୁ ନାହାଁନ୍ତି ସେ । ରାଜଙ୍କୁ ମନେ ପକାଇ ଇନଷ୍ଟାଗ୍ରାମ ପେଜରେ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରି, ସ୍ୱାମୀଙ୍କ ସହ କାଟିଥିବା ଖୁସିର ମୁହୂର୍ତ୍ତର ଫଟୋ ସେ ସେୟାର କରିଛନ୍ତି ।
ସେ ଲେଖିଛନ୍ତି ଯେ, ୨୫ ବର୍ଷ ହେଲା ଦୁହେଁ ଦୁହିଁଙ୍କୁ ଜାଣିବା ସହିତ ୨୩ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ । ଅନେକ ବାଧା-ବିଘ୍ନକୁ ଦୁହେଁ ମିଶି ସାମ୍ନା କରିଥିଲୁ । ହେଲେ ମତେ ଅଧାବାଟରେ ଛାଡି ଗଲେ ରାଜ୍ ।


