Sunday, November 15, 2026
Home ଆଞ୍ଚଳିକ ବିବାହର ତାରିଖ ଖୁଲାସା କଲେ ସପ୍ନା ଚୌଧୁରୀ

ବିବାହର ତାରିଖ ଖୁଲାସା କଲେ ସପ୍ନା ଚୌଧୁରୀ

15

ମୁମ୍ବାଇ, ୧୫/୦୭/୨୧ (ଜିଲ୍ଲା ଖବର) : ହରିୟାଣୀ ଡାନ୍ସର ସପ୍ନା ଚୌଧୁରୀ ତାଙ୍କ ଡାନ୍ସ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ ।  ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ କିଛି କମ୍ ନୁହଁନ୍ତି ।  ଯେତେବେଳେ ବି ସେ ନିଜ ଡାନ୍ସର ଜଲଓ୍ବା ଦେଖାନ୍ତି, ସେତେବେଳେ ଦର୍ଶକ ମଧ୍ୟ ତାଙ୍କ ଗୀତର ତାଳେତାଳେ ଠୁମକା ଲଗାଇବା ଆରମ୍ଭ କରନ୍ତି  । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ସପ୍ନା ଚୌଧୁରୀ । ଫଟୋ ଓ ଭିଡିଓ ସେୟାର କରି ସେ ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି ।    
 

ତେବେ ନିକଟରେ ସପ୍ନା ଚୌଧୁରୀ ତାଙ୍କ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ୍ ‘ସେସନ ଆୟୋଜିତ କରିଥିଲେ ।  ସବୁଠାରୁ ଖାସ୍ କଥା ହେଉଛି ,ଏହା ମାଧ୍ୟମରେ ସପ୍ନା ତାଙ୍କ ବିବାହ ତାରିଖ ପ୍ରକାଶ କରିଥିଲେ । ସପ୍ନା ଗତ ବର୍ଷ  ଅକ୍ଟୋବରରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ ।  କିନ୍ତୁ ସେ ଭୀର ସାହୁଙ୍କୁ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ, ତେଣୁ ତାଙ୍କ ଫ୍ୟାନ୍ସମାନେ ତାଙ୍କ ବିବାହ ତାରିଖ ବିଷୟରେ ଜାଣି ନଥିଲେ।

ଜଣେ ଫ୍ୟାନ୍ସ ତାଙ୍କୁ ‘ଆସ୍କ ମି ଏନିଥିଙ୍ଗ୍’ ରେ ତାଙ୍କ ବିବାହ ତାରିଖ ବିଷୟରେ ପଚାରିଥିଲେ, ଏହାପରେ ସେ ପ୍ରକାଶ କରିଥିଲେ ଯେ,  ଜାନୁୟାରୀ ୨୪, ୨୦୨୦ ରେ । ଅନ୍ୟ ଜଣେ ଫ୍ୟାନ୍ସ ତାଙ୍କୁ ପଚାରିଥିଲେ, ‘ସେ ତାଙ୍କ ସ୍ୱାମୀଙ୍କୁ କ’ଣ ଡାକନ୍ତି’? ଏହାର ଯବାବ ଦେଇ ସେ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କୁ ‘ସ୍ୱାମୀ’ ବୋଲି ଡାକନ୍ତି।