
୧୫/୦୭/୨୧ (ଜିଲ୍ଲା ଖବର) : ରାଜ୍ୟ ପାଇଁ ନୂଆ ଗାଇଡଲାଇନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ । ଆଂଶିକ ଲକଡାଉନ ଅଗଷ୍ଟ 1 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦକ୍ଷିଣାଞ୍ଚଳରେ ଥିବା 20 ଟି ଜିଲ୍ଲା କାଟାଗୋରୀ -ଏ ରେ ବଳବତ୍ତର ରହିବ । କାଟୋଗୋରୀ ବି ରେ 10 ଜିଲ୍ଲା ବଳବତ୍ତର ରହିବ ।
ସେହିପରି ଲୋକଙ୍କ ସୁବିଧା ପାଇଁ ଆହୁରି କିଛି କୋହଳ କରାଯାଇଛି । କାଟାଗୋରୀ A ରେ ଦୋକାନ ବଜାର ଖୋଲାଯିବା ସମୟ ବୃଦ୍ଧି ପାଇଛି । ସକାଳ 6 ରୁ ରାତି 8 ଟା ଯାଏଁ ଖୋଲିବ ଦୋକାନ ବଜାର । ସେହିପରି କାଟାଗୋରୀ B ରେ ସକାଳ 6 ରୁ ସନ୍ଧ୍ୟା 5 ଟା ଯାଏଁ ଖୋଲିବ ।


