
ଭୁବନେଶ୍ୱର, ୧୫/୦୭/୨୧ (ଜିଲ୍ଲା ଖବର) : ସୁସ୍ଥ ହେଉଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । 50 ଦିନ ପରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି । ତଥାପି ଏବେ ସେ ଆଇସିୟୁରେ ଅଛନ୍ତି । ଖିଆପିଆ ଓ ଚଲାବୁଲା କରୁଛନ୍ତି । ପାଖାପାଖି 70 ଦିନ ହେବ ଏମ୍ସରେ ଟ୍ରିଟମେଣ୍ଟ ହେଉଛନ୍ତି ପ୍ରଦୀପ୍ତ ନାୟକ ।
ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ପ୍ରଦୀପ୍ତ ନାୟକ । ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଅଛି । ରୁମ ଏୟାର ମେଣ୍ଟେନ କରୁଛନ୍ତି । ଅକ୍ସିଜେନ ସପୋର୍ଟ ନାହିଁ । ତାଙ୍କର କିଡନୀ ଜନିତ ସମସ୍ୟା ଥିଲା । ତାହାର ଏବେ ଚିକିତ୍ସା ଚାଲିଥିବା କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ ।


