
ଆବଶ୍ୟକ ସାମଗ୍ରୀ-
ପୋଇ ପତ୍ର, ପୋଇ ଡଙ୍କ, ଆଳୁ, ବାଇଗଣ ,ବୋଇତାଳୁ, ଟମାଟୋ, ଜିରା, ପିଆଜ, ରସୁଣ, ଅଦା, ହଳଦୀ ପାଉଡର, ଲଙ୍କା ପାଉଡର, କରି ପାଉଡର, ତେଲ, ଲୁଣ, କଂଚା ଲଙ୍କା।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପୋଇ ଡଙ୍କ, ବାଇଗଣ, ଆଳୁ, ବୋଇତାଳୁକୁ କାଟି ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ପୋଇ ଡଙ୍କ ଓ କଟା ଆଳୁ ପକାଇ ଭାଜିବେ । ଏହାପରେ ସେଥିରେ କଟା ବୋଇତାଳୁ ଓ ଲୁଣ ପକାଇ ଗୋଳାଇବେ । ଏହା ଭଲଭାବେ ଭାଜି ହେବା ପରେ, ଏକାକୁ ଏକ ପାତ୍ରକୁ କାଢି ରଖିବେ। ତାପରେ ପୁଣି ସେହି କଡେଇରେ କିଛି ତେଲ ପକାଇ ଗରମ କରିବେ । ତାପରେ ସେଥିରେ ଜିରା, ପିଆଜ, ଅଦା, ରସୁଣ, କଂଚା ଲଙ୍କା ପେଷ୍ଟ ପକାଇ କଷିବେ । ମସଲାର କଂଚା ବାସ୍ନା ଯିବା ପରେ ସେଥିରେ ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର ପକାଇ ମିକ୍ସ କରିବେ । ତାପରେ ସେଥିରେ କଟା ଟମାଟୋ ପକାଇ, ଟମାଟୋ ମେଲ୍ଟ ହେବା ଯାଏଁ କଷିବେ । ଟମାଟୋ ମେଲ୍ଟ ହୋଇ ଆସିଲେ , ସେଥିରେ ଅଳ୍ପ ପାଣି ପକାଇ, ମିଶାଇବେ । ଏହାପରେ ସେଥିରେ ଭାଜି ରଖିଥିବା ପରିବା ପକାଇ ଗୋଳାଇବେ । ତାପରେ ସେଥିରେ କଟା ବାଇଗଣ , କରି ପାଉଡର ଓ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଗୋଳାଇବେ । ତାପରେ ସେଥିରେ କଟା ପୋଇ ପତ୍ର ପକାଇ ମିକ୍ସ କରି , କିଛି ସମୟ ଏହାକୁ ମଧ୍ୟମ ଆଂଚରେ ବସାଇବେ । ଏହା ଭଲଭାବେ ସିଝିଯିବା ପରେ, ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ପୋଇ ଘାଂଟ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।


