Monday, October 12, 2026
Home ଆଞ୍ଚଳିକ ଦକ୍ଷିଣ ମୋଡ ପୂର୍ବରୁ ତିନି ରଥରେ ଫାଟ

ଦକ୍ଷିଣ ମୋଡ ପୂର୍ବରୁ ତିନି ରଥରେ ଫାଟ

5

ପୁରୀ,୧୫/୦୭/୨୧ (ଜିଲ୍ଲା ଖବର) :  ଆସନ୍ତା ୧୭ ତାରିଖରେ ତିନିରଥର ହେବ ଦକ୍ଷିଣ ମୋଡ  । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର  ଯାଞ୍ଚ କାର୍ଯ୍ୟ କରାଯାଇଛି । ତେବେ ତିନିରଥରେ ସାମାନ୍ୟ ଫାଟ ଦେଖିବାକୁ ମିଳିଛି । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ ।

ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି ଫାଟ । ଏହାକୁ ମରାମତି କରାଯାଉଛି । ଦଶମହାରଣା ଛଅ ଜଣ ଭୋଇ ସେବକ ଓ ତିନି ଜଣ କମାର ସେବକ କରୁଛନ୍ତି ମରାମତି । ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ୍ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି ।