Friday, November 13, 2026
Home ଆଞ୍ଚଳିକ ଦ୍ଵାରକାଧୀଶ ମନ୍ଦିରର ଭୟଙ୍କର ବଜ୍ରପାତ, ଜଳିଗଲା ୫୨ଗଜର ବାନା

ଦ୍ଵାରକାଧୀଶ ମନ୍ଦିରର ଭୟଙ୍କର ବଜ୍ରପାତ, ଜଳିଗଲା ୫୨ଗଜର ବାନା

19

୧୫/୦୭/୨୧ (ଜିଲ୍ଲା ଖବର) :  ପ୍ରଚଣ୍ଡ ଘଡଘଡି ଆଉ ବିଜୁଳୀ ମାରୁଥାଏ। ଲୋକେ ବାହାରକୁ ବାହାରିବାକୁ ଡରୁଥାନ୍ତି । ଗୁଜୁରାଟର ଦ୍ଵାରକାଧୀଶ ମନ୍ଦିର ପାଖରେ ମଧ୍ୟ ଥାଏ ସେମିତି କିଛି ମାହୋଲ। ହଠାଥ୍ ଏତେ ଜୋରରେ ବିଜୁଳି ମାରିଲା ଯେ, ସମେସ୍ତ ଚମକି ପଡିଲେ। ଆଉ ଏହି ଭୟଙ୍କର ବଜ୍ରପାତ ହୋଇଥିଲା ଭାରତର ଚାରିଧାମ ଭିତରୁ ଗୋଟିଏ ଦ୍ଵାରକାର ପ୍ରସିଦ୍ଧ ଦ୍ଵାରକାଧୀଶ ମନ୍ଦିର ଉପରେ। 

ବଜ୍ରପାତର ମାତ୍ରା ଏତେ ଅଧିକ ଥିଲା ଯେ, ମନ୍ଦିର ଚୂଡାରେ ଲାଗିଥିବା ୫୨ ଗଜର ଧ୍ଵଜ ଦଣ୍ଡ ଉପରେ ପଡିଥିଲା। ଫଳରେ ପତାକା ପୋଡି ଯାଇଛି ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

ଏହି ବଜ୍ରପାତର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଅତ୍ୟନ୍ତ ଭୟଙ୍କର ବୋଲି ଅନୁଭବ ହେଉଛି। ତେବେ ଯଦି ଏହି ବଜ୍ରପାତ ନିକଟବର୍ତ୍ତି ଅଞ୍ଚଳରେ ହୋଇଥାନ୍ତା, ତାହେଲେ ଆଜି ଏକ ବଡ କ୍ଷତି କଥା ଆମେ ଲେଖୁଥାନ୍ତୁ। ଏଣୁ ଭଗବାନ ଦ୍ଵାରକାଧିଶ ସମସ୍ତଙ୍କୁ ରକ୍ଷା କଲେ ବୋଲି ଲୋକେ କହୁଛନ୍ତି। ସବୁଠାରୁ ବଡ଼କଥା ବଜ୍ରପାତ ସମୟରେ ମନ୍ଦିରରେ ଲୋକେ ଥିଲେ ମଧ୍ୟ କାହାର କିଛି କ୍ଷୟକ୍ଷତି ହୋଇନାହିଁ। କେବଳ ମନ୍ଦିରର କିଛିଅଂଶ କଳା ପଡିଯାଇଛି।