
୧୫/୦୭/୨୧ (ଜିଲ୍ଲା ଖବର) : ଭୁବନେଶ୍ୱର ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ହେବ ଅପରେସନ । ହାତର ଭେନ କଟି ଯାଇଥିବାରୁ ଅପରେସନ କରାଯିବ । ଜଗନ୍ନାଥ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଗତ 5 ତାରିଖରେ ପ୍ରିୟଙ୍କାକୁ ହତ୍ୟା କରିବା ପରେ ଜଗନ୍ନାଥ ଆତ୍ମହତ୍ୟା ଉଦ୍ୟମ କରିଥିଲା ।
ସୂଚନାଯୋଗ୍ୟ, ଭୁବନେଶ୍ୱର ଭୀମଟାଙ୍ଗି ହତ୍ୟା ଘଟଣାରେ ଜଗନ୍ନାଥର ହ୍ୱାଟସଆପ ମେସେଜ ଘଟଣାକୁ ନୂଆ ମୋଡ ଦେଇଥିଲା । ଦୁହେଁ ଦୁହିଁକୁ ବହୁତ ଭଲ ପାଉଥିଲେ । କିନ୍ତୁ କୌଣସି କାରଣରୁ ରିଙ୍କି ଓ ଅଭିଯୁକ୍ତ ଜଗନ୍ନାଥଙ୍କର ବିବାହ ହୋଇ ନ ଥିଲା । ବରଂ ୨୦୧୪ ମସିହାରେ ସେହି ଅଞ୍ଚଳର ରାକେଶ ସାହୁ ନାମକ ଯୁବକକୁ ବିବାହ କରିଥିଲେ । ଆଉ ତା ପରେ ଜଗନ୍ନାଥ ରିଙ୍କିକୁ ହଇରାଣ କରିବେନି କି ଫୋନ କରିବେନି ବୋଲି ଶପଥ ନେଇଥିଲେ । ଏପରିକି ବିବାହ ପରେ ଜଗନ୍ନାଥ କେବେ ନିଜ ଆଡୁ ଫୋନ ବି କରି ନାହାନ୍ତି ବୋଲି ଜଗନ୍ନାଥଙ୍କ ମା ମଧ୍ୟ କହିଥିଲେ ।
କିନ୍ତୁ ପୁଣି ଜଣାପଡିଛି ଯେ ଜଗନ୍ନାଥ ଜୋର ଜବରଦସ୍ତି ପ୍ରିୟଙ୍କାଙ୍କୁ ଫୋନରେ କଥା ହେବାକୁ ବାଧ୍ୟ କରୁଥିଲା । ଏବଂ କଥା ନହେଲେ ତାଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ କରିବାକୁ ଧମକ ମଧ୍ୟ ଦେଉଥିଲା । ସ୍ୱାମୀ ଘରେ ନଥିବାବେଳେ ବାରମ୍ବାର ପ୍ରିୟଙ୍କାଙ୍କ ପାଖକୁ ଯାଉଥିଲା ଜଗନ୍ନାଥ । ଆଉ ଶେଷରେ ତିକ୍ତତା ପରେ ଏପରି ଚରମ ନିଷ୍ପତି ଜଗନ୍ନାଥ ନେଇଥିବା କୁହାଯାଉଛି । ଅନ୍ୟପଟେ ଜଗନ୍ନାଥ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୋଲିସ ବୟାନ ରେକର୍ଡ କରିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡିବ ।



