
୧୫/୦୭/୨୧ (ଜିଲ୍ଲା ଖବର) : ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ । ଏମିତି ଅନେକ ଲୋକ ଅଛନ୍ତି , ଯେଉଁମାନେ ନିଜ ଦିନର ଆରମ୍ଭ ଚା’ ବା କଫି ରୁ ଆରମ୍ଭ କରନ୍ତି । ହେଲେ ଜାଣି ରଖିବା ଉଚିତ ଯେ, ପ୍ରତିଦିନ ସକାଳୁ ଚା’ ବା କଫିରୁ ନୁହେଁ ,ବରଂ ପାଣିରୁ ଆରମ୍ଭ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ । ପ୍ରତିଦିନ ସକାଳୁ ପ୍ରଥମେ ଖାଲି ପେଟରେ ପାଣି ପିଇବା ଦ୍ୱାରା, ଏହା ଅନେକ ରୋଗ ବେମାରୀରୁ ଶରୀରକୁ ରକ୍ଷା କରେ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା, ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରେ ।
-ଇମ୍ୟୁନିଟି ମଜବୁତ କରିବା ପାଇଁ, ପ୍ରତିଦିନ ସକାଳୁ ଖାଲି ପେଟରେ ପାଣି ପିଇବା ଉଚିତ୍ । ମଜବୁତ ଇମ୍ୟୁନିଟି ଶରୀରକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ପାଚନ ତନ୍ତ୍ରକୁ ଭଲ ରଖିବା ପାଇଁ ସକାଳୁ ଖାଲି ପେଟରେ ପାଣି ପିଇବା ବହୁତ୍ ଲାଭଦାୟକ ।
-ଖାଲି ପେଟରେ ପାଣି ପିଇବା ଦ୍ୱାରା, ଏହା ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିବାରେ ସାହାଯ୍ୟ କରେ ।
-ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା, ଏହା ଶରୀରକୁ ଆକ୍ଟିଭ ରଖେ । ଏହା ସହିତ ଏନର୍ଜି ବୁଷ୍ଟ ହୋଇଥାଏ ।


