Monday, November 16, 2026
Home ଆଞ୍ଚଳିକ ଗରମ ପାଣିରେ ମୁଣ୍ଡ ଧୋଉଛନ୍ତି କି ?

ଗରମ ପାଣିରେ ମୁଣ୍ଡ ଧୋଉଛନ୍ତି କି ?

17
153398174

୧୫/୦୭/୨୧ (ଜିଲ୍ଲା ଖବର) : ଏପରି ଅନେକ ଲୋକ ଅଛନ୍ତି,ଯେଉଁମାନେ ଗରମ ପାଣିରେ ମୁଣ୍ଡ ଧୋଇବାକୁ ପସନ୍ଦ କରନ୍ତି । ହେଲେ ଆପଣମାନେ ଜାଣନ୍ତି କି, ଗରମ ପାଣିରେ  ମୁଣ୍ଡ ଧୋଇବା ଦ୍ୱାରା, ଏହା କି ପ୍ରଭାବ ପକାଇ ଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

-ଗରମ ପାଣିରେ ମୁଣ୍ଡ ଧୋଇବା ଦ୍ୱାରା, କେଶ ଅଧିକ ଝଡ଼ିଥାଏ ଏବଂ ରୁକ୍ଷ ହୋଇଥାଏ । ଏହା ସହିତ, ଗରମ ପାଣିରେ ମୁଣ୍ଡର ଚର୍ମ ପୋଡ଼ାଜଳା କରିବାର ଆଶଙ୍କା ମଧ୍ୟ ରହିଥାଏ ।

-କେଶକୁ ଗରମ ପାଣିରେ ଧୋଇବା ଦ୍ୱାରା, ଏହା କେଶର ନରମପଣକୁ ନଷ୍ଟ କରିଥାଏ ।

-ଗରମ ପାଣିରେ ମୁଣ୍ଡ ଧୋଇବା ଫଳରେ ଅଧିକ ରୂପି ହେବା ସହିତ , ଏହା ମୁଣ୍ଡକୁ ଶୁଷ୍କ କରିଥାଏ ।

-ଗରମ ପାଣିରେ ମୁଣ୍ଡ ଧୋଇବା ଦ୍ୱାରା, କେଶ ଖରାପ ହେବା ସହିତ, ସ୍କିନ୍  ରୁକ୍ଷ ହୋଇଥାଏ ।

-କେଶ ରଙ୍ଗ କରିଥିଲେ, କେଶକୁ ଗରମ ପାଣି ଠାରୁ ଦୂରେଇ ରଖିବା ଉଚିତ୍ । ନଚେତ ଏହା କେଶର ରଙ୍ଗକୁ ଫିକା ପକାଇଥାଏ ।