
ମୁମ୍ବାଇ, ୧୫/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସବୁବେଳେ କିଛି ନାଁ କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଖବର ଅନୁଯାୟୀ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି କଙ୍ଗନା । ପ୍ରଥମ ଥର ପାଇଁ ହୋଷ୍ଟ କରିବାକୁ ଯାଉଛନ୍ତି କଙ୍ଗନା । ହୋଷ୍ଟ ମାଧ୍ୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛନ୍ତି ।
କଙ୍ଗନା ଟେମ୍ପ୍ଟେସନ୍ ଆଇଲାଣ୍ଡ୍ ଶୋ’ର ଇଣ୍ଡିଆନ୍ ଆଡପ୍ଟେସନ୍ ସହିତ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି । କଙ୍ଗନା ଏହି ଶୋ’ ପାଇଁ ସାଇନ୍ କରି ସାରିଛନ୍ତି । ଖୁବ୍ ଶୀଘ୍ର ଏହାର ସୁଟିଂ ମଧ୍ୟ ଆରମ୍ଭ ହେବ । ସୂଚନା ଅନୁଯାୟୀ, ଟେମ୍ପ୍ଟେସନ୍ ଆଇଲାଣ୍ଡ୍ ଶୋ’ରେ କପଲ୍ସ ଏବଂ ସିଙ୍ଗଲ୍ ଅଂଶଗ୍ରହଣ କରିଥାନ୍ତି । ଏହି ଶୋ’ ସମୟରେ, ସେମାନଙ୍କର ନିଜ ସାଥୀଙ୍କ ରିଲେସନ୍ ଏବଂ କନେକ୍ସନ୍ ଟେଷ୍ଟ କରାଯାଇଥାଏ । ହୋଷ୍ଟ ଭାବରେ, କଙ୍ଗନାଙ୍କର ଏକ ଭିନ୍ନ ଅବତାର ଫ୍ୟାନ୍ସମାନେ ଦେଖିବାକୁ ଯାଉଛନ୍ତି । କଙ୍ଗନା ରଣାୱତ ସର୍ବଦା ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ହାତକୁ ନେଇଥାନ୍ତି ଏବଂ ତାହାକୁ ସଫଳ କରିଥାନ୍ତି । କଙ୍ଗନାଙ୍କ ପ୍ରତିଭା ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ରଙ୍ଗ ଆଣିବ ବୋଲି ବିଶ୍ୱାସ କରାଯାଉଛି ।


